ଆଜି ପ୍ରକାଶ ପାଇବ ICSE ଦଶମ ରେଜଲ୍ଟ, ସନ୍ଧ୍ୟା ୫ଟାରେ ଆସିବ ଫଳାଫଳ

1 min read

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୫ଟାରେ ପ୍ରକାଶ ପାଇବ ICSE ଦଶମ ରେଜଲ୍ଟ । cisce.orgresults.cisce.org ଜରିଆରେ ଉପଲବ୍ଧ ହେବ ରେଜଲ୍ଟ । ଏହାସହ 09248082883 ନମ୍ବରକୁ SMS କରି ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ । ପରୀକ୍ଷା ଫଳ ପ୍ରକାଶ ପରେ ଆଜିଠାରୁ ଆସନ୍ତା ୨୩ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ମାର୍କ ଯାଞ୍ଚ ଲାଗି ଆବେଦନ କରିପାରିବେ । ଏଥିଲାଗି ପେପର ପିଛା ୧ ହଜାର ଟଙ୍କା ଜମା ଦେବାକୁ ପଡ଼ିବ । ସେମିଷ୍ଟାର ୧ ଓ ସେମିଷ୍ଟାର ୨କୁ ସମାନ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ବୋର୍ଡ ସମ୍ପାଦକ ଗେରି ଆରାଥୁନ ।

ଯେଉଁମାନେ ପ୍ରଥମ କିମ୍ବା ଦ୍ୱିତୀୟ ସେମିଷ୍ଟାର ମଧ୍ୟରୁ ଗୋଟିକରେ ପରୀକ୍ଷା ଦେଇ ନଥିବେ ସେମାନଙ୍କ ଫଳ ପ୍ରକାଶ ପାଇବନାହିଁ । ଗତବର୍ଷ କୋଭିଡ ଯୋଗୁ ଆଇସିଏସଇ ଓ ଆଇଏସସି ପରୀକ୍ଷା ହୋଇପାରି ନଥିଲା । ବିକଳ୍ପ ମାର୍କିଂ ବ୍ୟବସ୍ଥା ଅନୁସାରେ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯାଇଥିଲା । ବିକଳ୍ପ ମାର୍କିଂ ବ୍ୟବସ୍ଥାରେ ୨ ଲକ୍ଷ ୭ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ଲକ୍ଷ ୬ ହଜାର ଛାତ୍ରଛାତ୍ରୀ ପାସ୍ କରିଥିଲେ । ଗତ ବର୍ଷ ପାସ୍ ହାର ୯୯.୭୬ ପ୍ରତିଶତ ରହିଥିଲା ।