spot_img

Latest Posts

କରୋନା ପ୍ରଭାବ: ପ୍ରେମର ପ୍ରତୀକ ଆଗ୍ରାର ତାଜମହଲ ନ ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ଦୀର୍ଘ ୧୦୦ ଦିନ ହେଲା ବନ୍ଦ ଥିବା ବିଭିନ୍ନ ଐତିହ୍ୟ କୀର୍ତ୍ତିରାଜି ଆଜିଠାରୁ ଖୋଲିବାକୁ ପ୍ରତ୍ନତତ୍ତ୍ୱ ବିଭାଗ ଅନୁମତି ଦେଇଛି। ହେଲେ ଦେଶରେ କୋଭିଡ ୧୯ର ଭୟାବହ ସ୍ଥିତିକୁ ନଜରରେ ରଖି ଖୋଲିବନି ପ୍ରେମର ପ୍ରତୀକ ଆଗ୍ରାର ତାଜମହଲ । ପୂର୍ବଭଳି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ତାଜ୍ ମହଲ ।

ଆଗ୍ରାର ତାଜମହଲ କଣ୍ଟେନମେଣ୍ଟ ଜୋନରେ ଥିବାରୁ ଏହାକୁ ନ ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାବାଦ ଆଗ୍ରାର ସିକନ୍ଦର, ଇତାମତୁଡୌଲା, ଫତେପୁର ସିକ୍ରି, ଆଗ୍ରା ଫୋର୍ଟ ମଧ୍ୟ ଆଜି ଖୋଲିବ ନାହିଁ। ସେହିପରି ଆହ୍ଲାବାଦ, ବାରାଣାସୀ ଓ ହାଇଦ୍ରାବାଦରେ ଥିବା ଏକାଧିକ ଐତିହ୍ୟ ସ୍ଥଳୀ ମଧ୍ୟ ବନ୍ଦ ରହିବ।

ଓଡ଼ିଶାରେ ମଧ୍ୟ ଆଜିଠୁ ଐତିହ୍ୟ ସ୍ଥଳୀ ଖୋଲାଯିବାକୁ ସ୍ଥିର ହୋଇଥିଲା ହେଲେ କରୋନା ସ୍ଥିତିକୁ ନଜରରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ଏଏସଆଇଙ୍କୁ ପର୍ଯ୍ୟଟନସ୍ଥଳି ନଖୋଲିବାକୁ ଚିଠି ଲେଖିଥିଲେ । ତେଣୁ ୩୧ଜୁଲାଇ ଯାଏଁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା କୌଣସି ପର୍ଯ୍ୟଟନସ୍ଥଳୀ ଖୋଲିବନି ।

ଅନ୍ୟପକ୍ଷରେ ଦେଶରେ ବିଭିନ୍ନ ପ୍ରାନ୍ତରେ ଯେଉଁ ପର୍ଯ୍ୟଟନସ୍ଥଳ ଗୁଡ଼ିକ ଖୋଲୁଛି, ସେଠାରେ କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ପର୍ଯ୍ୟଟକଙ୍କୁ ପର୍ଯ୍ୟାୟକ୍ରମେ ଭିତରକୁ ଛଡ଼ାଯିବ। ପର୍ଯ୍ୟଟନସ୍ଥଳ ଗୁଡ଼ିକ ମଧ୍ୟରେ କେବଳ ଡିଜିଟାଲ ପେମେଣ୍ଟକୁ ଅନୁମତି ଦିଆଯାଇଛି।

Latest Posts

Don't Miss