ପ୍ଲାଜମା ବ୍ୟବହାର ପରେ ଆହୁରି ଶକ୍ତିଶାଳୀ ହେଉଛି କରୋନା ଭ୍ୟାରିଏଣ୍ଟ !

ନୂଆଦିଲ୍ଲୀ: କୋଭିଡ ରୋଗୀଙ୍କ କ୍ଷେତ୍ରରେ ପ୍ଲାଜ୍ମାର ବ୍ୟବହାର ଘାତକ ହୋଇପାରେ । ପ୍ଲାଜମା ବ୍ୟବହାର ପରେ ଆହୁରି ଶକ୍ତିଶାଳୀ ହେଉଛି କୋଭିଡ୍ ଭ୍ୟାରିଏଣ୍ଟ । ତେଣୁ ଅନାବଶ୍ୟକ ଭାବେ କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ବ୍ୟବହାର କରନ୍ତୁ ନାହିଁ । ଏଭଳି ପରାମର୍ଶ ଦେଇଛନ୍ତି ଆଇସିଏମଆର ଏବଂ ଏମ୍ସ । ପ୍ରଥମ ଲହର ପରେ କରୋନାରୁ ଭଲ ହୋଇଥିବା ବ୍ୟକ୍ତିଙ୍କ ଠାରୁ ପ୍ଲାଜମା ଆଣି ଗୁରୁତର ସଂକ୍ରମିତ କ୍ଷେତ୍ରରେ ବ୍ୟବହାର କଲେ ସେମାନେ ଭଲ ହୋଇଯାଆନ୍ତି ବୋଲି କୁହାଯାଉଥିଲା ।
ଅନେକ କ୍ଷେତ୍ରରେ ଏହା ସତ ମଧ୍ୟ ପ୍ରମାଣିତ ହେଉଛି । କିନ୍ତୁ ଏବେ ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ପ୍ଲାଜମା ବ୍ୟବହାର ଦ୍ବାରା କରୋନା ଭାଇରସର ଭିନ୍ନ ଭିନ୍ନ ରୂପ ସୃଷ୍ଟି ହେଉଛି । ପ୍ଲାଜମା ଭାଇରସ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ତେଣୁ ତୁରନ୍ତ ଏହାର ବ୍ୟବହାର ଉପରେ କଟକଣା ଲଗାଯିବା ଦରକାର । ଅନେକ ସ୍ଥାନରେ ଏବେ ବି ପ୍ଲାଜମା ସନ୍ଧାନରେ ଲୋକେ ମେଡିକାଲରେ ଭିଡ଼ ଜମାଉଛନ୍ତି ।