ICMRର ସୂଚନା: ହାଇଡ୍ରୋକ୍ସି କ୍ଲୋରୋକୁଇନର କୌଣସି ବଡ଼ ପାର୍ଶ୍ୱପ୍ରତିକ୍ରିୟା ନାହିଁ, ଜାଣନ୍ତୁ କେମିତି କରିବେ ଏହାର ବ୍ୟବହାର

2 min read

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଭାରତର ସର୍ବୋଚ୍ଚ  ଚିକିତ୍ସା ପ୍ରତିଷ୍ଠାନ ମଧ୍ୟ ମ୍ୟାଲେରିଆ ବିରୋଧୀ ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ କୁ କରୋନା ଜୀବାଣୁକୁ ରୋକିବା ପାଇଁ ସମର୍ଥନ କରୁଛନ୍ତି। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସାରା ବିଶ୍ୱରେ ଏହି ଔଷଧର କ୍ଲିନିକାଲ୍ ପରୀକ୍ଷା ଉପରେ ପ୍ରତିବନ୍ଧକ ଲଗାଇଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ତଦାରଖ ତଥା ନିୟନ୍ତ୍ରିତ ଭିତରେ କରାଯାଇଥିବା ଅଧ୍ୟୟନ ମୁତାବକ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ କୌଣସି ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିବ ନାହିଁ ।

ଡକ୍ଟର ବଳରାମ ଭାର୍ଗବ କହିଛନ୍ତି ଯେ ଏହି ଔଷଧ କାରଣରୁ ଛାତିରେ କେବଳ ଅସ୍ୱଭାବିକତା, ବାନ୍ତି ଏବଂ ଶୋଇବା ବେଳେ ସାମାନ୍ୟ ନିଶା ଅନୁଭବ ହେବ । କିନ୍ତୁ ଆଉ କୌଣସି ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ ବୋଲି ଡାକ୍ତର ସ୍ପଷ୍ଟ କରିଛନ୍ତି ।

ଆଇସିଏମଆର କହିଛି ଯେ ହାଇଡ୍ରୋକ୍ସି କ୍ଲୋରୋକୁଇନକୁ କରୋନା ଭାଇରସ ରୋଗୀ ଏବଂ ସାଧାରଣ ଲୋକ ରୋଗନିରୋଧୀ ଔଷଧ ରୂପରେ ଗ୍ରହଣ କରିପାରିବେ । ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ଯେ ଆମେ ଏହି ଔଷଧକୁ ରୋଗନିରୋଧୀ ଭାବରେ ବ୍ୟବହାର କରିପାରିବା । ଏହାର ବ୍ୟବହାରରେ କୌଣସି କ୍ଷତି ନାହିଁ, ଏହାର ବ୍ୟବହାର ଦ୍ୱାରା ଲାଭ ମିଳିବ ବୋଲି ସୂଚନା ଦେଇଛନ୍ତି ଡାକ୍ତର ।

ଭାର୍ଗବ କହିଛନ୍ତି ଯେ ଯେଉଁ ମାନେ ଆଗଧାଡ଼ିରେ ରହି କରୋନା ମହାମାରୀ ସମୟରେ ଲୋକଙ୍କ ସେବା କରୁଛନ୍ତି, ସେମାନଙ୍କୁ ଆମେ ଏହି ଔଷଧ ଖାଇବାରୁ ବଞ୍ଚିତ କରିପାରିବା ନାହିଁ । ଏହି ଔଷଧ ଖାଇବା ଦ୍ୱାରା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ସେମାନେ କରୋନା ଦ୍ୱାରା ସଂକ୍ରମିତ ହେବାରୁ ରକ୍ଷା ମଧ୍ୟ ପାଇପାରିବେ ।

ଭାରତରେ କରୋନା ଭାଇରସ ଚିକିତ୍ସା ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀରେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ସୁପାରିଶ କରାଯାଇଛି । କିନ୍ତୁ ଏଥି ସହିତ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ରୋଗୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଏବଂ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି, ତାଙ୍କୁ କେବଳ ଏହି ଔଷଧ ଦିଆଯାଇପାରିବ । ଅନ୍ୟପଟେ ଏହି ଔଷଧରୁ ମୃତ୍ୟୁ ହେବାର ଆଶଙ୍କା ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର କ୍ଲିନିକାଲ ପରୀକ୍ଷା ବନ୍ଦ କରିଦେଇଛି ।

ଭାରତରେ ହାଇଡ୍ରୋକ୍ସି କ୍ଲୋରୋକାଇନ୍ ହେଉଛି ଔଷଧର ସର୍ବ ବୃହତ ଉତ୍ପାଦକ । ଏଠାରେ, ବିଶ୍ୱର ମୋଟ ଔଷଧ ଉତ୍ପାଦନର ୭୦ ପ୍ରତିଶତ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଭାରତରେ ୧.୪୫ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ କବଳରେ ଥିବାବେଳେ ୪୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରୁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଔଷଧ ମଗାଇଥିଲେ । ଏହା ପରେ ଆମେରିକାର ଖବରକାଗଜ ଦି ନ୍ୟୁୟର୍କ ଟାଇମ୍ସର ୱେବସାଇଟରେ ପ୍ରକାଶ ପାଇଛି ଯେ ଏହି ମ୍ୟାଲେରିଆ ଔଷଧ ପଛରେ ଡୋନାଲ୍ଡ ଟ୍ରମ୍ପ କାହିଁକି ପଡ଼ିଛନ୍ତି । ଏଥିରେ ଡୋନାଲ୍ଡ ଟ୍ରମ୍ପଙ୍କର ବ୍ୟକ୍ତିଗତ ସୁବିଧା ରହିଥିବା ପ୍ରକାଶ କରିଛି ମିଡିଆ ଇନଷ୍ଟିଚ୍ୟୁଟ୍ ।

ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଯଦି ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ସାରା ବିଶ୍ୱରେ କରୋନା ଚିକିତ୍ସା ପାଇଁ ଅନୁମତି ଦିଆଯାଏ, ତେବେ ଏହି ଔଷଧ ତିଆରି କରୁଥିବା କମ୍ପାନୀଗୁଡିକ ବହୁ ଲାଭବାନ ହେବେ । ଏପରି ଏକ କମ୍ପାନୀରେ ଡୋନାଲ୍ଡ ଟ୍ରମ୍ପଙ୍କର ଅଂଶଧନ ମଧ୍ୟ ରହିଛି । ଆହୁରି ମଧ୍ୟ କୁହାଯାଉଛି ଯେ, ସେହି କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ସହିତ ଡୋନାଲ୍ଡ ଟ୍ରମ୍ପଙ୍କର ଗଭୀର ସମ୍ପର୍କ ରହିଥିବା ମଧ୍ୟ ସୂଚନା ରହିଛି ।

Leave a Reply