ଡ୍ରପ୍ ହୋଇପାରେ କରୋନା ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ !

ନୂଆଦିଲ୍ଲୀ: ବିଶ୍ୱକୁ ଆତଙ୍କିତ କରି ରଖିଥିବା କରୋନା ଭାଇରସ୍ ପାଇଁ ଭାରତରେ ତିଆରି ହେଉଛି ଭ୍ୟାକ୍ସିନ୍ । ଦୁଇ ଭାରତୀୟ କମ୍ପାନୀ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛନ୍ତି । ଯେଉଁ ଭ୍ୟାକ୍ସିନର ଟ୍ରାଏଲ ପଶୁଙ୍କ ଉପରେ ହୋଇ ସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅନୁସାରେ ଅଳ୍ପ ଦିନ ମଧ୍ୟରେ ମଣିଷ ଉପରେ ଭ୍ୟାକ୍ସିନର ହେବ କ୍ଲିନିକାଲ୍ ପରୀକ୍ଷଣ ।

ଭାରତ ବାୟୋଟିକ୍ ଓ କ୍ୟାଡିଲା ହେଲଥ କେୟାର କରୋନା ଟୀକା ବିକଶିତ କରିଛନ୍ତି । କୁହାଯାଉଛି ଏହି ଟୀକାର ପରୀକ୍ଷଣ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହା ଉପରେ ଆଇସିଏମଆରର ବରିଷ୍ଠ ବୈଜ୍ଞାନିକ ନିବେଦିତା ଗୁପ୍ତା ମତ ରଖିଛନ୍ତି । ତାଙ୍କ କହିବା ଅନୁସାରେ, ଭ୍ୟାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ଉପରେ ତୃତୀୟ ପର୍ଯ୍ୟାୟ ନିର୍ଭର କରେ । ତେବେ, ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ଖାରଜ କରାଯାଇ ପାରିବନାହିଁ । କିନ୍ତୁ ପ୍ରଥମ ୨ ପର୍ଯ୍ୟାୟର ଫଳାଫଳ ଉପରେ ତୃତୀୟ ପର୍ଯ୍ୟାୟ ନିର୍ଭରଶୀଳ ।

ଭାରତରେ ଜୁଲାଇ ୭ରୁ କରୋନା ଭ୍ୟାକ୍ସିନର ଟ୍ରାଏଲ ଆରମ୍ଭ ହେବ ଓ ଅଗଷ୍ଟ ୧୫ ସୁଧା ଏହାକୁ ଲଞ୍ଚ କରାଯିବ ବୋଲି କୁହାଯାଉଥିଲା । ଏହି ଦାବି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଉତ୍ତର ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଭ୍ୟାକ୍ସିନର ପରୀକ୍ଷଣ ଆରମ୍ଭ ହୋଇନାହିଁ । ତେବେ ଏହାର ଖୁବଶୀଘ୍ର ଟ୍ରାଏଲ ଆରମ୍ଭ ହେବ । ଯେଉଁ ସ୍ଥାନରେ ଭ୍ୟାକ୍ସିନ ଟ୍ରାଏଲ ହେବ ସେହି ସ୍ଥାନକୁ ବଛା ସରିଛି । ଖୁବଶୀଘ୍ର ଟ୍ରାଏଲ ଆରମ୍ଭ ହେବ ।

Leave a Reply