ICICI ବ୍ୟାଙ୍କର ପୂର୍ବତନ ସିଏମଡି ଚନ୍ଦା କୋଚ୍ଚରଙ୍କ ସ୍ୱାମୀ ଦୀପକ କୋଚ୍ଚର ଗିରଫ

1 min read

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଏମଡି ଚନ୍ଦା କୋଚ୍ଚରଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗିରଫ କରିଛି । ICICI ବ୍ୟାଙ୍କରୁ ଋଣ ନେଇଥିବା କମ୍ପାନୀ ଭିଡିଓକନ୍ ଇଣ୍ଡଷ୍ଟ୍ରୀଜ୍ ଦ୍ୱାରା ଦୀପକ କୋଚ୍ଚରଙ୍କ କମ୍ପାନୀର ନିବେଶ ନେଇ ଯାଞ୍ଚ ଚାଲିଥିଲା । ଏହି ମାମଲାରେ ଇଡି ଅଧିକାରୀ ଦୀପକ କୋଚ୍ଚରଭ୍ରୁ ଜେରା କରିଥିଲେ । ପରେ ଦୀପଙ୍କୁ ଗିରଫ କରାଯାଇଛି ।

ଦୀପକଙ୍କ ବିରୋଧରେ ଇଡି ଭିଡିଓକୋନ ଇଣ୍ଡଷ୍ଟ୍ରୀଜକୁ ଦିଆଯାଇଥିବା ଋଣର ଦୂରୁପଯୋଗ ଅଭିଯୋଗରେ ମାମଲା ରୁଜୁ ହୋଇଛି । ଦୀପକଙ୍କ ବିରୋଧରେ ଏନେଇ ଠୋସ୍ ପ୍ରମାଣ ମିଳିବା ପରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ଜେରା ପାଇଁ ଡାକିଥିଲେ । ଆଉ ଯେତେବେଳେ ସେ ଦେଣନେଣ ନେଇ ଠିକ୍ ସୂଚନା ଦେଇପାରିଲେନି ତ ତାଙ୍କୁ ଇଡି ଗିରଫ କଲା ।

ଅଭିଯୋଗ ହେଉଛି ଦୀପକ କୋଚ୍ଚରଙ୍କ କମ୍ପାନୀ ରିନ୍ୟୁଏବଲ୍ସ ୨୦୧୨ରେ ୬୪ କୋଟି ଟଙ୍କା ଭିଡିଓକନ୍ ଗ୍ରୁପ୍ ଓ ୩୨୫ କୋଟି ମ୍ୟାଟିକ୍ସ ଫର୍ଟିଲାଇଜର ଦ୍ୱାରା ନିବେଶ କରିଥିଲା । ଏହି ନିବେଶ ICICI ବ୍ୟାଙ୍କରୁ ଋଣ ନେବା ପରେ ହିଁ କରାଯାଇଥିଲା । ଆଗାମୀ ଦିନରେ ଚନ୍ଦା କୋଚ୍ଚରଙ୍କ ପାଇଁ ଅଡ଼ୁଆ ବଢ଼ିପାରେ । କାରଣ ତଦନ୍ତକାରୀ ସଂସ୍ଥା ଭିଡିଓକନ୍ ମ୍ୟାଟିକ୍ସ ବ୍ୟତୀତ ଅନ୍ୟ କମ୍ପାନୀଙ୍କ ଦେଣନେଣର ଯାଞ୍ଚ କରୁଛି । ଚନ୍ଦା କୋଚ୍ଚର ICICI ବ୍ୟାଙ୍କର ମୁଖ୍ୟ ଥିବାବେଳେ ଦିଆଯାଇଥିବା ସମସ୍ତ କମ୍ପାନୀ ଲୋନର ଯାଞ୍ଚ କରିପାରେ ଇଡି । ଏହା ପୂର୍ବରୁ ଇଡି ଚନ୍ଦାଙ୍କ ସମ୍ପତ୍ତି ବ୍ୟାଜାପ୍ତ କରିଥିଲା ।

Leave a Reply