ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଷ୍ଟିଭ ସ୍ମିଥ ଓ ଷ୍ଟାର୍କ ହେଲେ ଆହତ

1 min read

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା । ଆହତ ହୋଇଛନ୍ତି ଦଳର ଦୁଇ ଦିଗ୍ଗଜ ଖେଳାଳି । ଅଷ୍ଟ୍ରେଲିଆକୁ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାର ଅଛି । ଏହାପରେ ତାକୁ ଭାରତ ସହ ୩ଟି ଦିନିକିଆ ମ୍ୟାଚ୍ ଖେଳିବାର ଅଛି । ଏହାପରେ ୫ ଅକ୍ଟୋବରରୁ ଦିନିଆକିଆ ବିଶ୍ୱକପରେ ଭାଗ ନେବାର ଅଛି । ହେଲେ ଏହା ପୂର୍ବରୁ ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥ ଏବଂ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାଦ୍ ପଡ଼ିଛନ୍ତି । ସ୍ମିଥଙ୍କ ମଣିବନ୍ଧରେ ଆଘାତ କାରଣରୁ ଟି-୨୦ ଏବଂ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଏଷ୍ଟନ ଟର୍ଣ୍ଣରଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିଛି ସେହିପରି ମାର୍ନସ ଲାବୁସେନଙ୍କୁ ଦିନିକିଆ ଟିମରେ ସାମିଲ କରାଯାଇଛି ।

ସୂଚନାଥାଉକି ଅଧିନାୟକ ପାଟ କମିନ୍ସ ପୂର୍ବରୁ ହିଁ ଆହତ କାରଣରୁ ରେଷ୍ଟ ନେଉଛନ୍ତି । ମିଚେଲ ଷ୍ଟାର୍କ ମଧ୍ୟ ବାରତ ସହ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆରେ ରହିବେ । ସେ ଏସେଜ ସିରିଜ ସମୟରେ ଅଣ୍ଟାରେ ଯନ୍ତ୍ରଣା ନେଇ ସମସ୍ୟାରେ ଥିଲେ । ବାମହାତୀ ଅନକ୍ୟାପଡ ଦ୍ରୁତତମ ବୋଲର ସ୍ପେନ୍ସର ଜନସନଙ୍କୁ ଟି-୨୦ ଦଳରେ ସାମିଲ କରାଯାଇଛି । ତାଙ୍କୁ ଦିନିକିଆ ସିରିଜ ପାଇଁ ମଧ୍ୟ ଦଳରେ ସାମିଲ କରାଯାଇଛି । ଅଲରାଉଣ୍ଡର ମିଚେର ମାର୍ଶଙ୍କୁ ଟି-୨୦ ବ୍ୟତୀତ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଦିନିକିଆ ଦଳର ଅଧିନାୟକ କରାଯାଇଛି । ଦିନିକିଆର ନିୟମିତ ଅଧିନାୟକ ପାଟ କମିନ୍ସ ବର୍ତ୍ତମାନ ଆଘାତ କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି । ୬ ସପ୍ତାହ ପାଇଁ ଦାଙ୍କୁ ବିଶ୍ରାମ ଦିଆଯାଇଛି ।