ମହିଳା ବିଶ୍ୱକପରୁ ବାଦ୍ ପଡ଼ିଲା ଭାରତ, ସେମି ଫାଇନାଲ୍ ପହଞ୍ଚିବା ପୂର୍ବରୁ ବିଦାୟ

1 min read
ICC Women's World Cup India Defeated From South Africa

ନୂଆଦିଲ୍ଲୀ: ମହିଳା ବିଶ୍ୱକପରେ ଭାରତର ପରାଜୟ । ବିଶ୍ୱକପର ୨୮ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୩ ୱିକେଟରେ ଭାରତ ଠାରୁ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା କ୍ରିକେଟ୍ ଟିମ୍ ୨୭୪ ରନ୍ କରିଥିଲା । ୨୭୫ ରନର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ୭ ୱିକେଟ୍ ହରାଇ ମ୍ୟାଚକୁ ଜିତି ନେଇଛି । ମ୍ୟାଚ୍ ହାରିବା ସହ ଭାରତର ସେମି ଫାଇନାଲ୍ ଆଶା ଧୂଳିସାତ୍ ହୋଇ ଯାଇଛି ।

ICC Women's World Cup India Defeated From South Africa

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୌରା ସର୍ବାଧିକ ୮୦ ରନ୍ ସ୍କୋର୍ କରିଥିଲେ । ଭାରତ ପକ୍ଷରୁ ହରମନପ୍ରୀତ କୌର ଓ ରାଜେଶ୍ୱରୀ ଗାଏକୱାଡ଼ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି । ଭାରତ ସେମିରୁ ବାଦ୍ ପଡ଼ିବା ସହ କେଉଁ ଦଳ ସହ କେଉଁ ଦଳ ସେମି ଫାଇନାଲ୍ ଖେଳିବେ ନିଶ୍ଚିତ ହୋଇଛି । ସେମିରେ ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ୍, ଦକ୍ଷିଣଆଫ୍ରିକା-ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ ।

ICC Women's World Cup India Defeated From South Africa

ଭାରତ ବିପକ୍ଷ ମ୍ୟାଚ୍ ଜିତିବାକୁ ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍ ଆବଶ୍ୟକତା ଥିଲା । ଭାରତ ପକ୍ଷରୁ ଶେଷ ଓଭର ବୋଲିଂ କରିଥିଲେ ଦୀପ୍ତି ଶର୍ମା । ଶେଷ ଓଭରର ପଞ୍ଚମ ବଲରେ ଭାରତ ଏକ ୱିକେଟ ବି ନେଇଥିଲା । ବିଜୟୀ ହେବା ଆଶା ଉଜ୍ଜୀବିତ ହୋଇଥିଲା । ହେଲେ ଦୀପ୍ତିଙ୍କ ଶେଷ ବଲ୍ ନୋ ବଲ୍ ହେବା ସହ ଅତିରିକ୍ତ ଏକ ରନ୍ ମିଳିଥିଲା । ଏଥିସହ ଫ୍ରି-ହିଟ୍ ଦକ୍ଷିଣ ଆଫ୍ରିକାର ବିଜୟକୁ ସହଜ କରିଦେଲା ।