ଅଣ୍ଡର-୧୯ ବିଶ୍ୱକପରେ ହେବ ନାହିଁ ଭାରତ-ପାକ୍ ମହାମୁକାବିଲା

1 min read

ଆଣ୍ଟିଗୁଆ: ଚଳିତ ଅଣ୍ଡର-୧୯ ବିଶ୍ୱକପର ସେମିଫାଇନାଲରେ ଅଷ୍ଟ୍ରେଲିଆ ତା’ର ସ୍ଥାନ ପକ୍କା କରିଛି । ଶୁକ୍ରବାର ଖେଳାଯାଇଥିବା କ୍ୱାଟର ଫାଇନାଲରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୧୧୯ ରନରେ ପରାସ୍ତ କରିଛି । ଏହି ବିଜୟ ସହ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଅଷ୍ଟ୍ରେଲିଆ । ତେବେ ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ଆଜି ହେବାକୁ ଥିବା ଭାରତ- ବାଂଲାଦେଶ ମ୍ୟାଚର ବିଜେତା ଦଳ ସହ ହେବ । କ୍ୱାଟର ଫାଇନାଲରେ ପାକିସ୍ତାନ ପରାଜୟ ବରଣ କରିବା ଫଳରେ ଭାରତ ଓ ପାକିସ୍ତାନ କ୍ରିକେଟ ଫ୍ୟାନଙ୍କୁ ଏକ ଝଟକା ଲାଗିଛି । ଯଦି ପାକିସ୍ତାନ ଏହି କ୍ୱାଟର ଫାଇନାଲ ମ୍ୟାଚରେ ବିଜୟ ଲାଭ କରିଥାନ୍ତା ତେବେ ସେମିଫାଇନାଲରେ ଭାରତ-ପାକିସ୍ତାନ ମହାମୁକାବିଲା ହୋଇଥାନ୍ତା । ତେବେ ଚଳିତ ବିଶ୍ୱକପରେ ଆଜି କ୍ୱାଟର ଫାଇନାଲ ମୁକାବିଲାରେ ଭାରତ ବାଂଲାଦେଶକୁ ଭେଟିବ । ଏହି ମ୍ୟାଚରରେ ଯଦି ଭାରତ ବାଂଲାଦେଶକୁ ପରାସ୍ତ କରେ ତେବେ ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ ।

ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା କ୍ୱାଟର ଫାଇନାଲ ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ୱିକେଟ ବିନିମୟରେ ୨୭୬ ରନ କରିଥିଲା । ୨୭୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ମାତ୍ର ୧୫୭ ରନ କରିପାରିଥିଲା । ପାକିସ୍ତାନର ପୂରା ଟିମ୍ ୩୫ ଓଭର ସମସ୍ତ ଓ୍ୱିକେଟ ହରାଇ ମାତ୍ର ୧୫୭ ରନ କରିପାରିଥିଲା । ଯାହା ଫଳରେ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ୧୧୯ ରନରେ ବିଜୟ ଲାଭ କରିଥିଲା । ଏହି ବିଜୟ ସହ ଅଣ୍ଡର-୧୯ ବିଶ୍ୱକପ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି କଙ୍ଗାରୁ ଦଳ ।

Leave a Reply