୨୦୨୬ ଟି-୨୦ ବିଶ୍ବକପରୁ ହଟିଲେ ପାକିସ୍ତାନକୁ ଭୋଗିବାକୁ ପଡ଼ିପାରେ ୫ ବଡ଼ କାର୍ଯ୍ୟାନୁଷ୍ଠାନ, ଆଇସିସି ଦେଲା ଧମକ
ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶ ପରେ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ୨୦୨୬ ଟି-୨୦ ବିଶ୍ବକପ ନଖେଳିବାକୁ ଯୋଜନା କରୁଛି । ପିସିବି ମୁଖ୍ୟଙ୍କ ତାଜା ବୟାନ ଏହି ଦିଗକୁ ଇଙ୍ଗିତ କରୁଥିବା ବେଳେ ଆଇସିସି ବି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହୋଇ ରହିଛି । ଆଉ ଆଇସିସି ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ଚେତବାନୀ ବି ଦେଇ ଦେଇଛି । ଯଦି ପାକିସ୍ତାନ ବିଶ୍ବକପରୁ ନିଜ ନାଁ କାଟିବ ତେବେ ତା’ ଉପରେ ୩ଟି ମ୍ୟାଚର ବ୍ୟାନ ଲଗାଇବାକୁ ଆଇସିସି ପ୍ରସ୍ତୁତି ଚଲାଇଛି । ସୂଚନାଯୋଗ୍ୟ, ପିସିବି ମୁଖ୍ୟ ମୋହସିନ ନକଓ୍ବି ବାଂଲାଦେଶକୁ ସମର୍ଥନ କରିବା ସହ ପାକିସ୍ତାନ ବି ବିଶ୍ବକପରୁ ବାହାର ହେବା ଭଳି ସଙ୍କେତ ଦେଇଛନ୍ତି । ତେବେ ଶେଷ ନିଷ୍ପତ୍ତି ପାକିସ୍ତାନ ସରକାର ନେବେ ବୋଲି ସେ କହିଛନ୍ତି ।
ବିଶ୍ବକପରୁ ଓହରିଲେ ଭୟଙ୍କ ହେବ ପାକିସ୍ତାନ ସ୍ଥିତି
ନକଓ୍ବିଙ୍କ ବୟାନ ପରେ ଆଇସିସି ଚେତାବନୀ ଦେବା ସହ ପିସିବି ଉପରେ ବ୍ୟାନ ଲଗାଇବାକୁ ପ୍ରସ୍ତୁତି ଚଲାଇଛି । ଆଉ ଏଥର ଆଇସିସି ଯେଉଁ କାର୍ଯ୍ୟାନୁଷ୍ଠାନ ନେବ ତାହା ପାକିସ୍ତାନ ପାଇଁ ଗମ୍ଭୀର ସ୍ଥିତି ସୃଷ୍ଟି କରିବ । ଯଦି ପାକିସ୍ତାନ ଟି-୨୦ ବିଶ୍ବକପରୁ ଓହରି ଯାଏ ତେବେ ଆଇସିସି କି ପଦକ୍ଷେପ ନେଇପାରେ ଆସନ୍ତୁ ଜାଣିବା…
୧. ପାକିସ୍ତାନର ଟି-୨୦ ଲିଗ ପିଏସଏଲରେ ବିଦେଶୀ ଖେଳାଳିଙ୍କ ଖଷଳିବା ୁପରେ ବ୍ୟାନ ଲାଗି ପାରେ ।
୨. ପାକିସ୍ତାନ ସହ ଦ୍ବିପେକ୍ଷିକ ସିରିଜ ଖଷଳାଯିବା ଉପରେ ବ୍ୟାନ ଲାଗିପାରେ ।
୩. ଏସିଆ କପରୁ ବି ପାକିସ୍ତାନକୁ ବାହାର ହେବାକୁ ପଡ଼ିପାରେ ।
୪. ଆଇସିସିରୁ ମିଳୁଥିବା ଫଣ୍ଡିଂ କମ କରାଯାଇପାରେ । ଯାହା ପିସିବିର ରାଜସ୍ବ ଉପରେ ପ୍ରଭାବ ପକାଇବ ।
୫. ପିଏସଏଲରୁ ଅନ୍ତରାଷ୍ଟ୍ରୀୟ ମାନ୍ୟତା ହଟାଇ ଦିଆଯାଇପାରେ ।

