ବଦଳିଲା କ୍ରିକେଟ୍ ସହ ଜଡ଼ିତ ନିୟମ, ବଲରେ ଛେପ ଲଗାଇ ପାରିବେନି ବୋଲର

1 min read
ICC Rules Now Bowlers Will Not Be Able To Spit On The Ball

ନୂଆଦିଲ୍ଲୀ: କ୍ରିଜରେ ଚଳିବନି ଚାଲବାଜି । ବଲକୁ ଚମକାଇବା ପାଇଁ ଆଉ ଲଗାଇ ପାରିବେନି ଛେପ । ଅନ୍ତର୍ଜାତୀୟ କ୍ରିକେଟ୍ ନିୟମରେ ସଂଶୋଧନ କରିଛି ମେରିଲବୋନ କ୍ରିକେଟ୍ କ୍ଲବ । ପରିବର୍ତ୍ତିତ ନିୟମ ଚଳିତ ବର୍ଷ ଅକ୍ଟୋବର ୧ ପରେ ହିଁ ଲାଗୁ ହେବ । ଅର୍ଥାତ୍ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ବଦଳିଯିବ କ୍ରିକେଟର ଅନେକ ନିୟମ ।

କ୍ରିକେଟ୍ ବଲରେ ଛେପ ଲଗାଇବା ଉପରେ ଏମସିସି ପ୍ରତିବନ୍ଧକ ଲଗାଇଛି । ପୂର୍ବରୁ କରୋନା ପାଇଁ ଏହି ପ୍ରତିବନ୍ଧକ ଲାଗିଥିବା ବେଳେ, ଏବେ ଏମସିସି ଆଇନ୍ ଆଣୁଛି । ବଲକୁ ଚମକାଇବା ଲାଗି ଖେଳାଳି ଝାଳ ବି ବ୍ୟବହାର କରୁଥିଲେ, ଯାହା ଫାଇଦା ମଧ୍ୟ ଦେଉଥିଲା । ଏବେ ନୂଆ ଆଇନରେ ଏଥିଲାଗି ଅନୁମତି ନାହିଁ । କାରଣ ବଲ୍ ଉପରେ ଲାଳ ଲଗାଇବା ପାଇଁ ଖେଳାଳି ସୁଗର ସାମଗ୍ରୀ ଉପଯୋଗ କରିଥାନ୍ତି । ଏମିତିରେ ବଲରେ ଲାଳର ବ୍ୟବହାର ବଲର ସ୍ଥିତିକୁ ଅନୁଚିତ୍ ଉପାୟରେ ପରିବର୍ତ୍ତନ ଭଳି ।

ICC Rules Now Bowlers Will Not Be Able To Spit On The Ball

ଆଉଟ୍ ହେଲେ ବ୍ୟାଟିଂ କରିବେ ନୂଆ ପ୍ଲେୟାର 

ଏମସିସିର ନୂଆ ନିୟମ ଅନୁସାରେ, କୌଣସି ବି ଖେଳାଳି ଆଉଟ୍ ହେଲେ କ୍ରିଜକୁ ଆସିବାକୁ ଥିବା ବ୍ୟାଟ୍ସମ୍ୟାନ୍ ବ୍ୟାଟିଂ କରିବେ । ପୂର୍ବରୁ ଆଉଟ୍ ହୋଇଥିବା ଖେଳାଳି ବ୍ୟାଟିଂ କରୁନଥିଲେ ବି କ୍ରିଜକୁ ଆସୁଥିବା ଖେଳାଳି ଷ୍ଟ୍ରାଇକରେ ରହିବେ । କୌଣସି ଖେଳାଳି କ୍ୟାଚ୍ ଆଉଟ୍ ହେଲେ, ବ୍ୟାଟିଂ କରୁଥିବା ଖେଳାଳି ବୋଲିଂ ଷ୍ଟମ୍ପ ଯାଏ ପହଞ୍ଚୁଥିଲେ କ୍ରିଜକୁ ଆସୁଥିବା ଖେଳାଳିଙ୍କୁ ତୁରନ୍ତ ବ୍ୟାଟିଂ ସୁଯୋଗ ମିଳୁନଥିଲା । ଏବେ କୌଣସି ପ୍ରକାରେ ମଧ୍ୟ ଆଉଟ୍ ହେଲେ କ୍ରିଜକୁ ଆସୁଥିବା ନୂଆ ଖେଳାଳି ଷ୍ଟ୍ରାଇକରେ ରହିବେ ।

ICC Rules Now Bowlers Will Not Be Able To Spit On The Ball

ଏହାଛଡ଼ା ଆଇସିସି ମାଙ୍କଡିଙ୍ଗ ନିୟମରେ ପରିବର୍ତ୍ତନ ଆଣିଛି । ପୂର୍ବରୁ ଏହା କ୍ରିକେଟ୍ ଆଇନ୍ ୪୧ ଅନୁସାରେ, ଖେଳ ଭାବନାର ପରିପନ୍ଥୀ ବୋଲି କୁହାଯାଉଥିଲା । ଏବେ ଏହି ଆଇନକୁ ରନ୍ ଆଉଟ୍ ପରିସରଭୁକ୍ତ କରାଯିବ । ବୋଲର ବଲ୍ ଫିଙ୍ଗିବା ପୂର୍ବରୁ ରନ୍ ପୋଷ୍ଟରେ ଥିବା ଖେଳାଳି କ୍ରିଜ୍ ଛାଡ଼ିଦେଲେ ବୋଲର ବଲକୁ ନେଇ ୱିକେଟର ଷ୍ଟମ୍ପ ଖସାଇ ଦେବାକୁ ମାଙ୍କଡିଙ୍ଗ କୁହାଯାଏ ।

ବଦଳିଲା ଡେଡ୍ ବଲ୍ ନିୟମ

ଡେଡ୍ ବଲ୍ ନିୟମରେ ବି ପରିବର୍ତ୍ତନ ଅଣାଯାଇଛି । ମ୍ୟାଚ୍ ଚାଲିଥିବା ବେଳେ କୌଣସି ବ୍ୟକ୍ତି, ଜୀବ କିମ୍ବା ସାମଗ୍ରୀ କୌଣସି ପକ୍ଷକୁ ବି କ୍ଷତି ପହଞ୍ଚାଇଲେ ତାହାକୁ ଡେଡ୍ ବଲ୍ ଭାବେ ପରିଗଣିତ କରାଯିବ । କ୍ରିଜକୁ ଅଚାନକ କୌଣସି ଫ୍ୟାନ୍ ପଶି ଆସିବ ଅଥବା କୁକୁର ପଶିବାରୁ ଖେଳ ଉପରେ ପ୍ରଭାବ ପଡ଼ିଲେ ଅମ୍ପିୟାର ତାହାକୁ ଡେଡ୍ ବୋଲ୍ ସଂକେତ ଦେବେ ।

ICC Rules Now Bowlers Will Not Be Able To Spit On The Ball

ଏହାଛଡ଼ା ଫିଲ୍ଡିଂ କରୁଥିବା ଟିମର ଖେଳାଳି ଅନୁଚିତ୍ ଭାବେ ଗତି କରିବା ଦେଖାଗଲେ ବ୍ୟାଟିଂ କରୁଥିବା ଟିମକୁ ପେନାଲ୍ଟିରେ ୫ ରନ୍ ମିଳିବ । ପୂର୍ବରୁ ଏହାକୁ ଡେଡ୍ ବଲ୍ କରି ଦିଆଯାଉଥିଲା । ଏଭଳି ସ୍ଥିତିରେ ବ୍ୟାଟ୍ସମ୍ୟାନ୍ ଭଲ ସଟ୍ ଖେଳିଲେ ମଧ୍ୟ ତାହାକୁ ରନରେ ପରିଗଣିତ କରାଯାଉ ନଥିଲା । ଏବେ ଆଉ ସେମିତି ହେବନାହିଁ ।