ଆଇସିସି ରାଙ୍କିଂରେ କିଏ କେତେ ନମ୍ବର ସ୍ଥାନରେ ?

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଆଇସିସି ରାଙ୍କିଂ ତାଲିକା । ବ୍ୟାଟିଂ ଏବଂ ବୋଲିଂରେ ଟପ ଟେନ ମଧ୍ୟରେ ସ୍ଥାନ ପାଇଛନ୍ତି ଭାରତୀୟ ଖେଳାଳି । ବ୍ୟାଟିଂ ଉପରେ ଯଦି ନଜର ପକାଇବା ତାହେଲେ ଶୁଭମନ ଗିଲ ଆଗରେ ରହିଛନ୍ତି । ସେ ଆଇସିସି ରାଙ୍କିଂର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଭାରତର ଦୁଇ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ବିରାଟ କୋହଲି ଟପ୍ ଟେନ୍ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି । କୋହଲି ଅଷ୍ଟମ ସ୍ଥାନରେ ରହିଥିବାବେଳେ ରୋହିତ ଷଷ୍ଠ ସ୍ଥାନରେ ଅଛନ୍ତି । ତେ      ବେ ପାକିସ୍ତାନର ଅଧିନାୟକ ବାବର ଆଜମ ଏହି ରାଙ୍କିଂର ପ୍ରଥମ ସ୍ଥାନରେ ଅଛନ୍ତି । ବାବର ୮୩୬ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହିଥିବାବେଳେ ଗିଲ ୮୧୮ ରେଟିଂ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଚଳିତ ବିଶ୍ବକପର ପ୍ରଥମ ଦୁଇଟି ମ୍ୟାଚରେ ଗିଲ ଖେଳି ନଥିବାବେଳେ ଆଗାମି ମ୍ୟାଚରେ ଖେଳି ଭଲ ପଏଣ୍ଟ ସହ ବାବରଙ୍କୁ ପଛରେ ପକାଇବେ ବୋଲି କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି ।

ସେପଟେ ବ୍ୟାଟିଂ ରାଙ୍କିଂର ତୃତୀୟ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଡି କକ୍ । ଦଶ ନମ୍ବର ସ୍ଥାନରେ ରହିଛନ୍ତି ପାକିସ୍ତାନର ଇମାମ ଇଲହକ । ଯିଏକି ପୂର୍ବରୁ ଦ୍ବିତୀୟ ସ୍ଥାନରେ ରହିଥିଲେ । ଚଳିତ ବିଶ୍ବକପରେ ଭଲ ପ୍ରଦର୍ଶନ କରିନାହାନ୍ତି ଇମାମ । ଯଦି ଆମେ ବୋଲରଙ୍କ କଥା କହିବା ତାହେଲେ ଅଷ୍ଟ୍ରେଲିଆାର ହାଜେଲ ହୁଡ୍ ଶୀର୍ଷରେ ରହିଛନ୍ତି । ଟପ୍ ଟେନ୍ ମଧ୍ୟରେ ଭାରତର ଦୁଇଜଣ ବୋଲର ରହିଛନ୍ତି । ୬୫୬ ପଏଣ୍ଟ ସହ ମହମ୍ମଦ ସିରାଜ ତୃତୀୟ ସ୍ଥାନରେ ରହିଛନ୍ତି । କୁଲଦୀପ ଯାଦବ ୬୪୧ ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛନ୍ତି । ଟ୍ରେଣ୍ଡ ବୋଲ୍ଟ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଆଫଗାନିସ୍ତାନର ଦୁଇଜଣ ବୋଲର ଟପ୍ ଟେନ୍ ମଧ୍ୟରେ ରହିଛନ୍ତି । ରସିଦ ଖାନ ଚତୁର୍ଥ ସ୍ଥାନରେ ରହିଥିବାବେଳେ ମୁଜିବ ପଞ୍ଚମ ସ୍ଥାନରେ ରହିଛନ୍ତି ।