spot_img

Latest Posts

ବଲରେ ଖେଳାଳି ଲଗାଇ ପାରିବେ ନାହିଁ ଲାଳ ବା ଛେପ…

ନୂଆଦିଲ୍ଲୀ: ବିଶ୍ୱବ୍ୟାପି କରୋନା ଯୋଗୁଁ ସମଗ୍ର ଦେଶରେ ଅନେକ ନିୟମରେ ପରିବର୍ତ୍ତନ କରାଯାଇଛି । କାରଣ ଦିନକୁ ଦିନ କାୟା ବିସ୍ତାର କରୁଛି ମହାମାରୀ କରୋନା ଭୂତାଣୁ । ସେଥିପାଇଁ ଏହି ସବୁ ନିୟମ ଅବଲମ୍ବନ କରିବାକୁ ସରକାର ପରାମର୍ଶ ମଧ୍ୟ ଦେଇଛି । ତେବେ କରୋନା ସଂକ୍ରମଣକୁ ଆଖିରେ ରଖି ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନ୍‌ସିଲ୍‌ ବା ଆଇସିସି ସାମୟିକ ଭାବେ ନିୟମ ପରିବର୍ତ୍ତନ କରିଛି। ଏନେଇ ଆଇସିସି ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ନୂଆ ନିୟମ ଅନୁସାରେ ବଲରେ ଖେଳାଳି ଆଉ ଲାଳ ବା ଛେପ ଲଗାଇ ପାରିବେ ନାହିଁ ।

ନିୟମ ନମାନିଲେ ପୂରା ଟିମ୍‌କୁ ଦଣ୍ଡବିଧାନ କରାଯିବ। ପ୍ରତି ଇନିଂସରେ ଗୋଟିଏ ଦଳକୁ ଲାଳ ଲଗାଇଲେ ଅମ୍ପାୟାର ୨ଥର ଓ୍ବାର୍ଣ୍ଣିଂ ଜାରି କରିବେ। ତେବେ ବାରମ୍ବାର ବଲରେ ଛେପ ଲଗାଇଲେ ଟିମ୍‌ ଉପରେ ୫ ରନ୍‌ର ପେନାଲ୍‌ଟି ଲାଗୁ କରାଯିବ। ସେହିପରି ଟେଷ୍ଟ ମ୍ୟାଚ୍‌ରେ ବଦଳ ଖେଳାଳି ନିୟମ ବି ଆସିଛି। ଯଦି କୈାଣସି ଟେଷ୍ଟ ମ୍ୟାଚ୍‌ରେ ଖେଳାଳିଙ୍କଠାରେ କରୋନା ଲକ୍ଷଣ ଦେଖାଯାଏ, ତେବେ ଅମ୍ପାୟାରଙ୍କ ଅନୁମତିକ୍ରମେ ତାଙ୍କୁ ଟିମ୍‌ ପକ୍ଷରୁ ବଦଳା ଯାଇପାରିବ। ଅମ୍ପାୟାର ହିଁ ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବେ। ତେବେ ଦିନିକିଆ ଓ ଟି-୨୦ରେ ବଦଳ ନିୟମ ଲାଗୁ ହେବ ନାହିଁ ।

Latest Posts

Don't Miss