ICC Decade Awards: ICC ବାଛିଲା ଦଶନ୍ଧିର ସର୍ବଶ୍ରେଷ୍ଠ ଟିମ୍, ଧୋନି ଓ କୋହଲି ଆଗରେ
1 min readଦୁବାଇ: ଅନ୍ତଃରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ (ICC) ଗତ ୧୦ ବର୍ଷ ମଧ୍ୟରେ କ୍ରିକେଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭିତ୍ତିରେ ଡିକେଡ୍ ଆୱାର୍ଡ ଘୋଷଣା କରିଛି । ଚଳିତ ଦଶନ୍ଧିରେ ଭଲ ପ୍ରଦର୍ଶନ ଭିତ୍ତିରେ ଆଇସିସି ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଓ ଟି-ଟ୍ୱେଣ୍ଟି ଚୟନ କରିଛି । ଯେଉଁଥିରେ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଦବଦବା ଦେଖିବାକୁ ମିଳିଛି ।
ଦଶନ୍ଧିର ବେଷ୍ଟ ୱାନ୍ ଡେ, ଟେଷ୍ଟ ଓ ଟି-ଟ୍ୱେଣ୍ଟି ତିନିଗୋଟି ଟିମରେ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି । ଏଥିସହ ଟେଷ୍ଟ ଟିମ୍ ଅଧିନାୟକତ୍ୱ ମିଳିଛି ବିରାଟଙ୍କୁ । ଏହା ବାଦ୍ ଭାରତର ପୂର୍ବ ବିଶ୍ୱ ଚାମ୍ପିଅନ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଓ ଟି-ଟେଣ୍ଟି ଅଧିନାୟକ ଚୟନ କରାଯାଇଛି ।
ଭାରତକୁ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ୍ ଜିତାଇ ଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇସିସି ଦଶନ୍ଧିର ୫୦ ଓଭର ଟିମର ଅଧିନାୟକ ନିଯୁକ୍ତ କରିଛି । ଏହି ଟିମରେ ଧୋନିଙ୍କ ସମେତ ଅନ୍ୟ ୨ ଭାରତୀୟ ରୋହିତ ଶର୍ମ ଓ ବିରାଟ କୋହଲିଙ୍କୁ ରଖିଛି ଆଇସିସି । ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ନର ଓ ମିସେଲ ଷ୍ଟାର୍କଙ୍କୁ ମଧ୍ୟ ଚୟନ କରାଯାଇଛି ।
ICCର ଦଶନ୍ଧିର ଦିନିକିଆ ଦଳ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ ଓ ୱିକେଟକିପର) ଡେଭିଡ୍ ୱାର୍ନର, ବିରାଟ କୋହଲି, ଏବି ଡିବିଲିୟର୍ସ, ଶକିବ ଅଲ ହସନ, ବେନ ଷ୍ଟୋକ୍ସ, ମିସେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମରାନ ତାହିର, ଲସିଥ ମାଲିଙ୍ଗା ।
ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇସିସିର ଚଳିତ ଦଶନ୍ଧିର ଶ୍ରେଷ୍ଠ ଟି-ଟ୍ୱେଣ୍ଟି ଅଧିନାୟକ ଚୟନ କରିଛି । ଏହି ଟିମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଓ ଜଶପ୍ରୀତ ବୁମରା ରହିଛନ୍ତି । ଏହା ବାଦ୍ ଦକ୍ଷିଣ ଆଫ୍ରିକାର ଏବି ଡିବିଲିୟର୍ସ ଓ ୱେଷ୍ଟ ଇଣ୍ଡିର କିରୋନ ପୋଲାର୍ଡଙ୍କ କ୍ରିସ୍ ଗେଲ ଏହି ଟିମରେ ଅଛନ୍ତି ।
ଏଥିସହ ଆଇସିସି ୨୦୧୧ରୁ ନେଇ ୨୦୨୨ ମଧ୍ୟରେ ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କରିଛି । ଯେଉଁଥିରେ ଅଧିନାୟକ ହେଉଛନ୍ତି ବିରାଟ କୋହଲି । କୋହଲିଙ୍କ ବ୍ୟତୀତ୍ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ମିଳିଛି ।