ପ୍ରକାଶ ପାଇଲା ଆଇସିସି ରାଙ୍କିଂ, ଜାଣନ୍ତୁ କିଏ କେତେ ନମ୍ବର ସ୍ଥାନରେ..

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଲା ଆଇସିସି ତାଲିକା । ବ୍ୟାଟିଂରେ ତିନୋଟି ଯାକ ଫର୍ମାଟରେ ଟପ ୫ ଭିତରେ ରହିଛନ୍ତି ପାକିସ୍ତାନୀ ବ୍ୟାଟ୍ସମ୍ୟାନ ବାବର ଆଜମ । ଦିନିକିଆରେ ବାବର ଆଜମ ଏକ ନମ୍ବର ସ୍ଥାନରେ ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା, ତୃତୀୟ ସ୍ଥାନରେ ଶୁଭମନ ଗିଲ ରହିଥିବାବେଳେ ଚତୁର୍ଥ ସ୍ଥାନରେ ରହିଛନ୍ତି ବିରାଟ କୋହଲି । ଦିନିକିଆ ରାଙ୍କିଂରେ ଟପ ୫ ମଧ୍ୟରେ ତିନିଜଣ ଭାରତୀୟ ଖେଳାଳି ରହିଛନ୍ତି । ଦିନିକିଆରେ ପଞ୍ଚମ ସ୍ଥାନରେ ରହିଛନ୍ତି ଆୟାରଲ୍ୟାଣ୍ଡର ହେନରି ଟ୍ୟକ୍ଟର । ସେହିପରି ଟେଷ୍ଟରେ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଇଂଲଣ୍ଡର ଜୋ ରୁଟ୍, ଦ୍ବିତୀୟ ସ୍ଥାନରେ ବାବର ଆଜମ ରହିଥିବାବେଳେ ଟପ ୫ରେ ଜଣେ ମଧ୍ୟ ଭାରତୀୟ ଖେଳାଳି ନାହାନ୍ତି । ଅନ୍ୟପଟେ ଟି-୨୦ କଥା ଯଦି କହିବା ତାହେଲେ ଏକ ନମ୍ବର ସ୍ଥାନରେ ଅଷ୍ଟ୍ରେଲୀୟ ଖେଳାଳି ଟ୍ରାଭିସ ହେଡ ଏକ ନମ୍ବର ସ୍ଥାନରେ ରହିଛନ୍ତି । ଦ୍ବିତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ । ବାବର ଆଜମ ୫ ନମ୍ବରେ ସ୍ଥାନରେ ରହିଛନ୍ତି ।