ଦ୍ୱିତୀୟ ବିବାହ କରିବେ ଚର୍ଚ୍ଚିତ ଆଇଏଏସ ଟପ୍ପର ଟିନା ଡାବି

1 min read

ନୂଆଦିଲ୍ଲୀ: ଆଇଏଏସ ଟପ୍ପର ଟିନା ଡାବି ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ୨୦୧୬ ରାଜସ୍ଥାନ କ୍ୟାଡରର ଅଫିସର ଟିନା ଡାବି ୨୦୧୩ ବ୍ୟାଚର ଆଇଏଏସ ପ୍ରଦୀପ ଗୱାନ୍ଦେଙ୍କ ସହ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଦୀପ ଗୱାନ୍ଦେସହ ନିଜର କିଛି ଫଟୋ ପୋଷ୍ଟ କରି ତାଙ୍କ ନୂଆ ଜୀବନ ସାଥୀଙ୍କ ବିଷୟରେ ଖୁଲାସା କରିଛନ୍ତି । ତେବେ ଏହି ଖବର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ତେବେ ସୋସିଆଲ ମିଡ଼ିଆରେ ସେ ଏହି ଫଟୋ ସେୟାର କରିବା ସହ ତାଙ୍କ ଖୁସିର ଶ୍ରେୟ ସେ ପ୍ରଦୀପ ଗୱାନ୍ଦେଙ୍କୁ ଦେଇଛନ୍ତି ।

ବର୍ତ୍ତମାନ ପ୍ରଦୀପ ଗୱାନ୍ଦେ ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ପଦରେ ଅଛନ୍ତି । ଏହାପୂର୍ବରୁ ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅଥର ଖାନଙ୍କୁ ବିବାହ କରିଥିଲେ । ୨୦୧୬ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥର ଖାନ ।

ଟ୍ରେନିଂ ସମୟରେ ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ପରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ବାଛିନେଇଥିଲେ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତାପରେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ସେତେବେଳେ ପରସ୍ପରଙ୍କ ବିବାହକୁ ଚର୍ଚ୍ଚା ଜୋର ଧରିଥିଲା ।

ଯଦିଓ, ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠିପାରିନଥିଲା । ୨୦୨୦ ମସିହାରେ ଆପୋଷ ବୁଝାମଣାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।  ସେ ରାଜସ୍ଥାନରେ କାର୍ଯ୍ୟରତ ଥିଲେ ଛାଡପତ୍ର ହେବା ପରେ ସେ ତାଙ୍କ ରାଜ୍ୟ ଜାମ୍ମୁ-କାଶ୍ମୀରକୁ ଚାଲିଯାଇଥିଲେ ।