spot_img

Latest Posts

ଦାୟିତ୍ୱ ନେଲେ ସଂଜୟ ସିଂ, ଫୋକସରେ ରଥଯାତ୍ରା

ଭୁବନେଶ୍ୱର:  ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ସଂଜୟ କୁମାର ସିଂ ଆଜି ପୂର୍ବାହ୍ନରେ ଦାୟିତ୍ବ ଗ୍ରହଣ କରିଛନ୍ତି। ବିଭାଗ ପକ୍ଷରୁ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ ।
ରଥଯାତ୍ରା ଯେପରି ସୂଚାରୁ ରୁପେ ଅନୁଷ୍ଠିତ ହେବ ଏବଂ ଆଞ୍ଚଳିକ ସମେତ ଜାତୀୟସ୍ତରର ଆଧ୍ୟାତ୍ମିକ ଟିଭି ଚ୍ୟାନେଲଗୁଡିକରେ ଏହାର ସିଧାପ୍ରସାରଣ ପୂର୍ବକ ସାରା ଦେଶର ଶ୍ରଦ୍ଧାଳୁମାନଙ୍କୁ ଯେପରି ରଥଯାତ୍ରା ସମ୍ବନ୍ଧରେ ଅବଗତ କରାଯାଇପାରିବ ସେ ନେଇ ସଂଜୟ କୁମାର ସିଂ ଗୁରୁତ୍ବାରୋପ କରିଥିଲେ।
ତେବେ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭାଇଥିବା ସଂଜୟ କୁମାର ସିଂକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି  । ବିଭାଗର କାର୍ଯ୍ୟକୁ ଗୁରୁତ୍ୱ ଦେବା ସହ ଆଗାମୀ ଦିନରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବାକୁ ଯାଉଛି  । ତେବେ ଏହାକୁ କିପରି ସୂଚାରୁ ରୂପେ ପ୍ରସାରଣ କରାଯିବ ଏବଂ ସମସ୍ତ ଟିଭି ଚ୍ୟାନେଲକୁ ଏହାର ଫିଡ ପ୍ରଦାନ କରାଯିବ, ତାହା ହେବ ପ୍ରମୁଖ କାର୍ଯ୍ୟ  ।

Latest Posts

Don't Miss