କରୋନା ମୁକାବିଲା ଦାୟିତ୍ୱରୁ ବରିଷ୍ଠ ଆଇଏଏସଙ୍କୁ ଅବ୍ୟାହତି
1 min readଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ନେଇ ଅତିରିକ୍ତ ଦାୟିତ୍ୱରେ ଥିବା ବରିଷ୍ଠ ଆଇଏଏସ୍ଙ୍କୁ ଅବ୍ୟାହତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ନେଇ ନୋଡାଲ ଅଫିସର ଦାୟିତ୍ୱରେ ଥିବା ସୁରେନ୍ଦ୍ର କୁମାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱରେ ଥିବା ବିଶାଲ କୁମାର ଦେବ, ୧୦୪ ହେଲପ୍ ଲାଇନ୍ ନମ୍ୱର ଅପରେସନ ଦାୟିତ୍ୱରେ ଥିବା କ୍ରିଷନ କୁମାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆସିଷ୍ଟାଣ୍ଟ ପ୍ରିନ୍ସପାଲ ସେକ୍ରେଟାରୀ ଦାୟିତ୍ୱରେ ଥିବା ଅରବିନ୍ଦ ଅଗ୍ରଓ୍ୱାଲ, ମୁଖ୍ୟ ଶାସନ ସଚିବଙ୍କ ଓଏସ୍ଡି ଥିବା ସଚିନ ରାମଚନ୍ଦ୍ର ଯାଦବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆସିଷ୍ଟାଣ୍ଟ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱରେ ଥିବା ଭୂପେନ୍ଦ୍ର ସିଂହ ପୁନିଆ, ମିଶନ ଶକ୍ତି, ଶ୍ରମ ଓ ଇଏସ୍ଆଇ ବିଭାଗର ଆସିଷ୍ଟାଣ୍ଟ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱରେ ଥିବା ରଶ୍ମିତା ପଣ୍ଡା, ସିଏମ୍ଓରେ ମୁଖ୍ୟ ଉପଦେଷ୍ଟା ଓଏସ୍ଡି ଦାୟିତ୍ୱରେ ଥିବା ଭିନିଲ କ୍ରିଷ୍ଣା, କୋଭିଡ ସଚେତନତା ଦାୟିତ୍ୱରେ ଥିବା ଅନୁ ଗର୍ଗଙ୍କୁ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।