ଆଇପିଏସରୁ ଆଇଏଏସ୍ ହେଲେ ଓଡ଼ିଶାର ଜୁବିନ ମହାପାତ୍ର, ଜାଣନ୍ତୁ ତାଙ୍କ ସଫଳତାର କାହାଣୀ…

1 min read

ଭୁବନେଶ୍ୱର: ଆଇପିଏସରୁ ଆଇଏଏସ୍ ହୋଇଛନ୍ତି ଓଡ଼ିଶାର ଜୁବିନ ମହାପାତ୍ର। ୟୁପିଏସସି ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୦ରେ ଜୁବିନଙ୍କୁ ମିଳିଛି ବଡ ସଫଳତା । ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଦୂରତା ହ୍ରାସ ଲାଗି ସେ ଉଦ୍ୟମ କରିବେ। ଏହା ସହ ଦୁର୍ନୀତି ବିରୋଧରେ କାର୍ଯ୍ୟ କରିବେ ଏବଂ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖିବେ ବୋଲି କହିଛନ୍ତି ଜୁବିନ।

ତାଙ୍କର ଏହି ଯାତ୍ରା ସମ୍ପର୍କରେ ସେ କହିଛନ୍ତି ଯେ, ଚାକିରି ସହ ପାଠ IAS ପଢିବାକୁ ନିଷ୍ପତ୍ତି ନେଇଥିଲି। ସେ ସମୟରେ ଦୈନିକ ୪ ଘଣ୍ଟା ପଢୁଥିଲି । କିନ୍ତୁ ପରେ IPS ଟ୍ରେନିଂ ସମୟରେ ଦୁଇରୁ ତିନି ଘଣ୍ଟା ସମୟ ବାହାର କରିକି ପଢୁଥିଲି । ଧେର୍ଯ୍ୟ ଓ ଇଚ୍ଛା ଶକ୍ତି ଥିଲେ ସବୁ କାମ ସଫଳ ହୋଇପାରିବ ।  ପ୍ରଥମ ପ୍ରଚେଷ୍ଟାରେ IPS ପାଇଥିବା ବେଳେ ଦ୍ୱିତୀୟ ଥରରେ IAS ପାଇପାରିନଥିଲି । ପରେ ତୃତୀୟ ଥରରେ ଭଲ ରାଙ୍କ ସହ ଆଇଏଏସ୍ କ୍ରାକ୍ କରିପାରିଥିଲି ।

ଯୁବପିଢି ନିଜ ଲକ୍ଷ୍ୟ ହାସଲ ଲାଗି ଅନବରତ ଚେଷ୍ଟା ଜାରି ରଖିବା ଉଚିତ ବୋଲି ବାର୍ତ୍ତା ଦେଇଛନ୍ତି ଜୁବିନ । ରାଜଧାନୀ କଳିଙ୍ଗ ବିହାର ଅଞ୍ଚଳର ବାସିନ୍ଦା ରାୟଗୁରୁ ରବୀନ୍ଦ୍ରନାଥ ମହାପାତ୍ର ଓ ସ୍ବର୍ଗତ ଅଧ୍ୟାପିକା ଅନୁପମା ମିଶ୍ରଙ୍କ ପୁଅ ଜୁବିନ ମହାପାତ୍ର । ସେ ବେସିକ୍ ସାଇନ୍ସ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ସୋଆରେ ସ୍ନାତକ ପଢ଼ିଥିଲେ । ତୃତୀୟ ପ୍ରଚେଷ୍ଟାରେ ୟୁପିଏସସି ପରୀକ୍ଷାରେ ସଫଳତା ପାଇବା ସହ ଆଇଏଏସ ଅଧିକାରୀ ହୋଇଛନ୍ତି।

ତେବେ ସେ ଆଇ ଆଇଏଏସ ପାଇବା ପରେ ସମସ୍ତ ଶ୍ରେୟ ତାଙ୍କ ମା’ଙ୍କୁ ଦେବା ସହ ତାଙ୍କ ପଛରେ ପରିବାରର ବାପା, ଭଉଣୀ ଓ ପତ୍ନୀଙ୍କ ସହଯୋଗ ରହିଥିବା କହିଛନ୍ତି । ତାହା ସହ ପଢ଼ିବା ସମୟକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜୁବିନ । ଜୁବିନଙ୍କ କହିବା ଅନୁସାରେ, ପଢ଼ିବା ସମୟରେ ମନେରଖିବା ହେଉଛି ବଡ଼ କଥା । ସମୟ ଅଭାବରୁ ମୁଁ ୪ରୁ ୫ଘଣ୍ଟା ପରିଶ୍ରମ କରେ । ଆଗମୀ ଦିନରେ ମୁଁ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରାଥମିକତା ଦେବି । ତାହା ସହ ପରିବେଶ କ୍ଷେତ୍ରରେ ସନ୍ତୁଳନ ରକ୍ଷାଦିଗରେ ମଧ୍ୟ କାମ କରିବି ବୋଲି ଜୁବିନ କହିଛନ୍ତି ।

 

Leave a Reply