spot_img

Latest Posts

UPSCରେ ୧୬ ଓଡ଼ିଆ କୃତକାର୍ଯ୍ୟ, ପ୍ରଥମ ଶହେରେ ୪ ସାମିଲ

ଭୁବନେଶ୍ୱର: ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଆଙ୍କ ପିଲାଙ୍କ ବାଜିମାତ । ଆଜି ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ଓଡିଆ ପିଲା ହାସଲ କରିଛନ୍ତି କୃତ୍ତିତ୍ୱ  । ସୂଚନା ଅନୁସାରେ ସମୁଦାୟ ୧୬ ଜଣ ଓଡ଼ିଆ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଶହେ ଜଣଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ଓଡ଼ିଆ  । ସୂଚନା ଅନୁସାରେ ୫୨ ତମ ସ୍ଥାନରେ ଅଛନ୍ତି ଅଙ୍କୁର ଦାସ । ସେହିପରି ୬୩ ନମ୍ବର ସ୍ଥାନରେ କାର୍ତ୍ତିକ ପାଣିଗ୍ରାହୀ, ୮୬ ନମ୍ବରରେ ଗୌରବ ଅଗ୍ରୱାଲ, ୯୯ ନମ୍ବରରେ ତରୁଣ ପଟ୍ଟନାୟକ ମାଦଳା  ।

ସେହିପରି ୧୧୬ ନମ୍ବର ପୋଜିସନରେ ସମ୍ଭାବୀ ମିଶ୍ର, ୧୯୯ ନମ୍ବର ରାଙ୍କରେ ପୂଜା ସାହୁ ଅଛନ୍ତି ।  ୨୦୫ ନମ୍ବରରେ ଦୁର୍ଗା ପ୍ରସାଦ ଅଧିକାରୀ, ୨୨୮ ନମ୍ବରରେ ମୟଙ୍କ ମିଶ୍ର, ୨୩୨ ନମ୍ବରରେ ବିଶ୍ୱ ବିଶ୍ରୁତ ତ୍ରିପାଠୀ, ୨୫୫ ନମ୍ବରରେ ସିଦ୍ଧାର୍ଥ କୁମାର ମିଶ୍ର, ୨୬୯ ନମ୍ବରରେ ଅନୂପ ଗର୍ଗ, ୨୭୩ରେ ସମୀର କୁମାର ଜେନା, ୩୦୬ରେ ସୌମ୍ୟ ରଞ୍ଜନ ପ୍ରଧାନ, ୩୭୬ରେ ହର୍ଷିତ ମେହର, ୫୧୩ରେ ମାନସ ରଞ୍ଜନ ସାହୁ ଏବଂ ୬୧୪ ନମ୍ବରରେ ଅଛନ୍ତି ନୟନ ରଞ୍ଜନ ଦାସ ।

UPSC ଦ୍ୱାରା ପରିଚାଳିତ ସର୍ବ ଭାରତୀୟ ପ୍ରଶାସନିକ ପରୀକ୍ଷାରେ  ଏଥର ମୋଟ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି  ।  ଉତ୍ତର ପ୍ରଦେଶର ଝିଅ ଶ୍ରୁତି ଶର୍ମା ଟପ୍ପର ହୋଇଛନ୍ତି । ଅନ୍ୟପଟେ ପ୍ରଥମ ୫ ଜଣଙ୍କ ମଧ୍ୟରେ ୪ ଜଣ ଝିଅ ରହିଛନ୍ତି । ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ମଧ୍ୟ ଝିଅମାନେ ସ୍ଥାନ ବଜାୟ ରଖିଛନ୍ତି  । ଦ୍ବିତୀୟ ସ୍ଥାନରେ ଅଙ୍କିତା ଅଗ୍ରଓ୍ବାଲ ରହିଥିବା ବେଳେ ତୃତୀୟରେ ଗାମିନୀ ସିଂଗଲ, ଚତୁର୍ଥରେ ଐଶ୍ବର୍ଯ୍ୟା ବର୍ମା ଅଛନ୍ତି । ପଞ୍ଚମରେ ଉତ୍କର୍ଷ ଦ୍ବିବେଦୀ, ଷଷ୍ଠରେ ୟକ୍ଷ ଚୌଧୁରୀ, ସପ୍ତମରେ ସମ୍ୟକ କେ. ଜୈନ, ଅଷ୍ଟମରେ ଇସିତା ଏ. ରଥି , ନବମରେ ପ୍ରୀତମ କୁମାର ଓ ଦଶମରେ ହରକିରତ ସିଂହ ରାନ୍ଧଓ୍ବା ଅଛନ୍ତି ।

Latest Posts

Don't Miss