ଦମ୍ ଦେଖାଇଲା ସୂର୍ଯ୍ୟକିରଣ, ରାଜଧାନୀ ଆକାଶରେ ବାୟୁସେନାର ଚମତ୍କାର ସମରକଳା

1 min read

ଭୁବନେଶ୍ୱର: ଦମ୍ ଦେଖାଇଲା ସୂର୍ଯ୍ୟକିରଣ । କୁଆଖାଇ ନଦୀ ପଠାରେ ଚିତ୍ତାକର୍ଷକ ଏୟାର ସୂର୍ଯ୍ୟକିରଣ ଶୋ ପ୍ରଦର୍ଶନ କରିଛନ୍ତି ବାୟୁବୀର। ଆକାଶରେ ବିଭିନ୍ନ କଳାକୌଶଳ ଦେଖାଇଛନ୍ତି ବାୟୁସେନା । ସମରକଳା ପ୍ରଦର୍ଶନ କରିଛନ୍ତି ବାୟୁସେନା ଅଧିକାରୀ । ମାର୍କ-୧୨୩ ଲଢୁଆ ବିମାନ ଜରିଆରେ ପ୍ରଦର୍ଶିତ ହୋଇଛି କଳାକୌଶଳ ୨ଟି ଟିମରେ ମୋଟ ୧୬ ଜଣ ବାୟୁସେନା ଅଧିକାରୀ ସାମିଲ ହୋଇଥିଲେ। ଏକାସାଙ୍ଗରେ ୯ଟି ବିମାନ ଉଡ଼ିଥିଲେ ।

ସୂର୍ଯ୍ୟକିରଣ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇଥିଲେ। ଏୟାର ଶୋ’ରେ ହଜାର ହଜାର ଲୋକ ଉପସ୍ଥିତ ରହି ଶୋକୁ ଉପଭୋଗ କରିଥିଲେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୫ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଜଣ ଅଧିକାରୀଙ୍କ ସହ ନଦୀପଠାରେ ଓଡ୍ରାଫ ଟିମ୍ ମୁତୟନ ହୋଇଥିଲେ। ଆସନ୍ତା ୧୮ତାରିଖରେ ପୁରୀରେ ହବ ସୂର୍ଯ୍ୟକିରଣ ଶୋ।