୭୦ ହଜାର ଏକେ-୧୦୩ ଆସଲ୍ଟ ରାଇଫଲ୍ସ କିଣିବାକୁ ଋଷିଆ ସହ ବାୟୁସେନାର ଡିଲ୍

1 min read
IAF signs emergency deal for 70,000 AK-103 assault rifles with Russia

ନୂଆଦିଲ୍ଲୀ: ଆତଙ୍କବାଦ ସହ ଯୁଝୁଛି ଦୁନିଆ । ଗୋଟିଏ ପଟେ ଆମେରିକା ସୈନ୍ୟ ଆଫଗାନିସ୍ତାନରେ ଅସ୍ତ୍ରଶସ୍ତ୍ର ଛାଡ଼ି ପଳାଇବା ପରେ ସେହି ଅସ୍ତ୍ରକୁ ଆଣି ଭାରତରେ ଆକ୍ରମଣ ପାଇଁ ଆତଙ୍କବାଦୀ ଯୋଜନା କରୁଛନ୍ତି । ଏତିକିବେଳେ ଭାରତୀୟ ବାୟୁସେନା ବଡ଼ ଚୁକ୍ତି କରିଛି । ବାୟୁସେନା ଋଷିଆ ଠାରୁ ଜରୁରୀକାଳୀନ ଭାବେ ୭୦ ହଜାର ଏକେ-୧୦୩ ଆସଲ୍ଟ ରାଇଫଲ୍ସ ଆଣିବାକୁ ବୁଝାମଣା କରିଛି । ପୁରୁଣା ଇନସାସ ରାଇଫଲ୍ସ ସ୍ଥାନରେ ବାୟୁସେନା ଏକେ-୧୦୩ ଆସଲ୍ଟ ରାଇଫଲ୍ସ ବ୍ୟବହାର କରିବ ।

ଭାରତୀୟ ବାୟୁସେନାକୁ ୧.୫ ଲକ୍ଷରୁ ଅଧିକ ଆସଲ୍ଟ ରାଇଫଲ୍ସ ଆବଶ୍ୟକ ରହିଛି । ଆସନ୍ତା କିଛି ମାସ ମଧ୍ୟରେ ଏକେ-୧୦୩ ଆସଲ୍ଟ ରାଇଫଲ୍ସ ମିଳିବା ପରେ ସେନା ଆତଙ୍କବାଦୀ ଅପରେସନକୁ ଆହୁରି ଜୋରଦାର କରିପାରିବ । ଋଷିଆ ସହ ଗତ ସପ୍ତାହରେ ୩୦୦ କୋଟି ଟଙ୍କାର ୭୦ ହଜାର ଏକେ-୧୦୩ ଆସଲ୍ଟ ରାଇଫଲ୍ସ ପାଇଁ ଚୁକ୍ତିନାମା ହୋଇଛି । ଆଧୁନିକ ଏକେ-୧୦୩ ଆସଲ୍ଟ ରାଇଫଲ୍ସ ଭାରତକୁ ମିଳିବା ପରେ ପ୍ରଥମେ ବିଶେଷ କରି ଜମ୍ମୁକାଶ୍ମୀର, ଶ୍ରୀନଗର ସହ ସମ୍ବେଦନଶୀଳ ଏୟାରବେସରେ ଦିଆଯିବ ।

ସେହିଭଳି ଏକେ-୨୦୩ ଆସଲ୍ଟ ରାଇଫଲ୍ସ ପାଇଁ ବୁଝାମଣା ଜାରି ରହିଛି । ଭାରତୀୟ ସେନାକୁ ୬.୫ ଲକ୍ଷ ଏକେ-୨୦୩ ଆସଲ୍ଟ ରାଇଫଲ୍ସ ଆବଶ୍ୟକତା ରହିଛି । ବିଗତ କିଛିବର୍ଷ ହେଲା ପୂର୍ବ ଲଦାଖରେ ଚୀନ ସହ ଭାରତୀୟ ସେନା ମୁହାଁମୁହିଁ ପରେ ସେନା ଶକ୍ତି ବୃଦ୍ଧି କରୁଛି । ସେନାକୁ ୧.୫ ଲକ୍ଷ ଆମେରିକାନ ସିଗ୍ ସଉର ସହ ୧୬ ହଜାର ନେଗେଭ୍ ଲାଇଟ୍ ମେସିନ୍ ଗନ ମିଳିଛି ।

Leave a Reply