CDS ଚପର କ୍ରାସରେ ଆହତ ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହଙ୍କ ନିଧନ
1 min readନୂଆଦିଲ୍ଲୀ: ସିଡିଏସ ଜେନରାଲ ବିପିନ ରାୱତଙ୍କ ଚପର ଦୁର୍ଘଟଣାର ଏକ ମାତ୍ର ଜୀବିତ ଉଦ୍ଧାର ହୋଇଥିବା ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହଙ୍କର ବୁଧବାର ନିଧନ ହୋଇଯାଇଛି । ଭାରତୀୟ ବାୟୁସେନା ପକ୍ଷରୁ ଏନେଇ ଟ୍ବିଟ୍ ଜରିଆରେ ସୂଚନା ଦିଆଯାଇଛି । ବାୟୁସେନାର ଆଧିକାରିକ ଟ୍ବିଟର ଆକାଉଣ୍ଟରେ କୁହାଯାଇଛି ଯେ, ଆମେ ଗଭୀର ଦୁଃଖର ସହିତ ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହଙ୍କ ନିଧନ ଖବର ଦେଉଛୁ । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି ।
ସୂଚନାଯୋଗ୍ୟ ଯେ, ତାମିଲନାଡୁର କୁନ୍ନୁରରେ ଡିସେମ୍ବର ୮ ତାରିଖ ଦିନ ହୋଇଥିବା ଦୁର୍ଘଟଣାରେ ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହ ଏକମାତ୍ର ଜୀବିତ ଉଦ୍ଧାର ହୋଇଥିଲେ ।
ଉଦ୍ଧାର ପରେ ବେଙ୍ଗଳୁରୁରେ ତାଙ୍କୁ ଚିକିତ୍ସା ଚାଲିଥିଲା । ବିମାନ ଦୁର୍ଘଟଣାରେ ଗୁରୁତର ଆହତ ବରୁଣଙ୍କୁ ବେଙ୍ଗାଳୁରୁକୁ ଏୟାରଲିଫ୍ଟ କରାଯାଇଥିଲା । ହାଲୁକା ଲଢୁଆ ବିମାନ ବା ଏଲସିଏର ଦକ୍ଷ ପାଇଲଟ ବରୁଣ ଗତବର୍ଷ ଅକ୍ବୋବର 12 ତାରିଖରେ ଏକ ବଡ ଦୁର୍ଘଟଣାରୁ ଅତି ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଥିଲେ । ସାହସିକତା ଲାଗି ତାଙ୍କୁ ଶୌର୍ଯ୍ୟ ଚକ୍ର ଉପାଧିରେ ଭୂଷିତ କରାଯାଇଥିଲା । ପୂର୍ବରୁ ଏହି ବିମାନ ଦୁର୍ଘଟଣାରେ ସିଡିଏସ ବିପିନ ରାଓ୍ବତ, ତାଙ୍କ ପତ୍ନୀ ଏବଂ ୧୧ ଜଣ ବୀର ଯବାନ ସହିଦ ହୋଇଥିଲେ । ବରୁଣ ସିଂଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Deeply saddened by the demise of Group Captain #VarunSingh, the lone survivor from the chopper crash which killed 13 Defence personnel including Chief of Defence Staff, General Bipin Rawat. My thoughts and prayers are with the bereaved families in this hour of grief.
— Naveen Patnaik (@Naveen_Odisha) December 15, 2021
ଉତ୍ତର ପ୍ରଦେଶର ବାସିନ୍ଦା
ଉତ୍ତର ପ୍ରଦେଶର ଖୋରମା କହ୍ନୋଲି ଗ୍ରାମ ହେଉଛି ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହଙ୍କ ଘର । ତାଙ୍କର ଚିକିତ୍ସା ୱେଲିଂଟନ୍ ହସ୍ପିଟାଲରେ ଚାଲିଥିଲା । ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ଥମାନ ହେଉଛନ୍ତି ତାଙ୍କ ବ୍ୟାଚମେଟ୍ । ଅଭିନନ୍ଦନ ବର୍ଥମାନଙ୍କ ବିମାନକୁ ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନୀ ବାୟୁସେନା ଗୁଳି କରି ଖସାଇଥିଲା ।
ପିତା ମଧ୍ୟ ସେନାରେ ଥିଲେ
ବରୁଣଙ୍କ ପିତା ମଧ୍ୟ ସେନାରେ ସାମିଲ ଥିଲେ । ସେ କର୍ଣ୍ଣଲ ପଦରୁ ଅବସର ନେଇଥିଲେ । ଦେହାନ୍ତ ବେଳକୁ ଗ୍ରୁପ୍ କ୍ୟାପ୍ଟେନ ବରୁଣଙ୍କୁ ମାତ୍ର ୪୨ ବର୍ଷ ହୋଇଥିଲା ।
ବୀରତ୍ବର ପ୍ରତୀକ ଥିଲେ ବରୁଣ
ଅସାଧାରଣ ଶକ୍ତି, ଶୌର୍ଯ୍ୟର ପ୍ରତୀକ ଥିଲେ ଗ୍ରୁପ କ୍ୟାପଟେନ ବରୁଣ ସିଂ । ୮ ଦିନର ସଂଘର୍ଷ ପରେ ଚିରନିଦ୍ରାରେ ଶୋଇଗଲେ । ବରୁଣ ଡିଫେନ୍ସ ସର୍ଭିସ୍ ଷ୍ଟାଫ୍ କଲେଜର ମେମ୍ବର ଷ୍ଟାଫ୍ ଥିଲେ ବର । ୧୯୮୨ରେ ଉତ୍ତରପ୍ରଦେଶର କନହୋଲିରେ ବରୁଣ ସିଂଙ୍କ ଜନ୍ମ । ପିଲାଦିନରୁ ହିଁ ତାଙ୍କର ବିମାନ ଏବଂ ବିମାନ ଚଳାଚଳ ପ୍ରତି ଆଗ୍ରହ ଥିଲା। ୨୦୦୪ରେ ସେ ଏୟାରଫୋର୍ସରେ ଯୋଗ ଦେଇଥିଲେ । ନ୍ୟାସନାଲ ଡିଫେନ୍ସ ଏକାଡେମୀ ପାଇଁ ଆବେଦନ କରିବା ପୂର୍ବରୁ ସେ ଓଡିଶାରେ ଅଧ୍ୟୟନ କରିଥିଲେ । ହାଲୁକା ଲଢୁଆ ବିମାନ ବା ଏଲସିଏର ଜଣେ ଦକ୍ଷ ପାଇଲଟ ବରୁଣ ଗତବର୍ଷ ଅକ୍ଟୋବର 12 ତାରିଖରେ ଏକ ବଡ ଦୁର୍ଘଟଣାରୁ ଅତି ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଥିଲେ । ନିଜର ସାହସିକତା, ବିମାନ ଉଡାଣ କୌଶଳର ଗଭୀର ଅଭିଜ୍ଞତା ବଳରେ ସେ ବିମାନକୁ ନିରାପଦ ଅବତରଣ କରିବା ସହ ଲୋକଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଥିଲେ । ଏହି ସାହସିକତା ଲାଗି ତାଙ୍କୁ ଶୌର୍ଯ୍ୟ ଚକ୍ର ଉପାଧିରେ ଭୂଷିତ କରାଯାଇଥିଲା । ବିମାନ ଅବତରଣର ଗଭୀର ଗାଣିତିକ ଫର୍ମୂଲା ଅନ୍ୟ ପାଇଲଟଙ୍କ ଲାଗି ବି ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲା । ଗଗନାୟନ କ୍ରିଉ ମଡ୍ୟୁଲ ପାଇଁ ଶୀର୍ଷ ୧୨ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ବରୁଣ । ମାତ୍ର ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଏହି ମିଶନରେ ସାମିଲ ହୋଇପାରି ନଥିଲେ ।