ଅଙ୍ଗଦାନ କରି ଅମର ହୋଇଗଲେ ଶୁଭାଙ୍ଗୀ, ଯବାନଙ୍କୁ ମିଳିଲା ନୂଆ ଜୀବନ

ନାଗପୁର: ମୃତ୍ୟୁ ପରେ ବି ଅମର। ଅଙ୍ଗଦାନ କରି ଅମର ହୋଇଗଲେ ମହିଳା। ବାୟୁସେନା ଯବାନଙ୍କୁ ଜୀବନ ଦାନ ଦେଲେ ନାଗପୁରର ଶୁଭାଙ୍ଗୀ। ମୃତ୍ୟୁ ସହ ସଂଘର୍ଷ କରୁଥିବା ଯବାନଙ୍କ ଛାତିରେ ସଫଳତାର ସହ ଟ୍ରାନ୍ସପ୍ଲାଣ୍ଟ ହୋଇଛ ଶୁଭାଙ୍ଗୀଙ୍କ ହୃତପିଣ୍ଡ । ଘଟଣା ମହାରାଷ୍ଟ୍ର ପୁଣେର।

ନାଗପୁର ହସ୍ପିଟାଲରେ ୩୧ ବର୍ଷୀୟ ଶୁଭାଙ୍ଗୀଙ୍କର ମୃତ୍ୟୁ ହେବା ପରେ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଦାନ କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ । ଡାକ୍ତର ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରିବା ପରେ ବାୟୁସେନାର ଜଣେ ଯବାନଙ୍କୁ ତାଙ୍କ ହୃତପିଣ୍ଡ ଦାନ କରାଯାଇଛି । ନାଗପୁରରୁ ପୁନେସ୍ଥିତ ଆର୍ମି ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଥୋରାସିକ ସାଇନ୍ସକୁ ହାର୍ଟ ଏୟାରଲିଫ୍ଟ କରାଯାଇଥିଲା । ୭ଶହ କିମିରେ ଗ୍ରୀନ କରିଡର କରି ମାତ୍ର ୯୦ ମିନିଟରେ ବାୟୁସେନା ବିମାନରେ ହାର୍ଟ ଏୟାରଲିଫ୍ଟ କରାଯାଇଥିଲା । ଶୁଭାଙ୍ଗୀଙ୍କ ହାର୍ଟ ସହ ଲିଭର ଓ ଦୁଇଟି କିଡନୀ ମଧ୍ୟ ପରିବାର ଲୋକେ ଦାନ କରିଥିବା ଜଣାପଡ଼ିଛି।