ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କହିଲେ ନିଷ୍ଠାପର ସହ କାମ କରିବି

ପୁରୀ: ମୁଖ୍ୟ ଶାସନ ସଚିବ ପଦକୁ ପଦୋନ୍ନତି ପରେ ବରିଷ୍ଠ ଆଇଏଏସ୍‌ ଅଫିସର ସୁରେଶ ମହାପାତ୍ର ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଛନ୍ତି  । ତାଙ୍କୁ ପୁରୀ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା  । ଶ୍ରୀମନ୍ଦିର ପ୍ରଶାସନର ପ୍ରଥମ ମୁଖ୍ୟ ପ୍ରସଶାକ ଥିଲେ ସୁରେଶ  । ସୁରେଶ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନର ପ୍ରଥମ ମୁଖ୍ୟ ପ୍ରଶାସକ ଭାବେ ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ ।

୧୯୯୬ ନବକଳେବର ସମୟରେ ସେ ପୁରୀ ଜିଲ୍ଲାପାଳ ଭାବେ ଅବସ୍ଥପାତି ହୋଇଥିଲେ  । ସେ ସମୟରେ ମେଘନାଦ ପାଟେରୀ ଚାରିପଟୁ ବେଆଇନ ଜବରଦଖଲକୁ ହଟାଇ ଚର୍ଚ୍ଚାକୁ ଆସିଥିଲେ  । ପୁରୀ ବାସିନ୍ଦା ନ ହେଲେ ବି ପୁରୀ ସହ ତାଙ୍କର ରହିଛି ଭାବାବେଗର ସମ୍ପର୍କ । ଏବେ ସୁରେଶ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ଅଛନ୍ତି  ।

Leave a Reply