spot_img

Latest Posts

‘ମୁଁ ବି ଗାଁରୁ ଆସିଛି, ୨୦ କିମି ସାଇକେଲ ଚଳାଇ ମୁଁ ସ୍କୁଲ ଯାଉଥିଲି’

ମୟୂରଭଞ୍ଜ: ଦ୍ବିତୀୟ ଦିନରେ ମୟୂରଭଞ୍ଜରେ ମାରାଥନ ସମୀକ୍ଷା କରୁଛନ୍ତି5T ସଚିବ । ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି ।  ବାଙ୍ଗିରିପୋଷି କଲାବାଡ଼ିଆ ଫୁଟବଲ ପଡିଆରେ ଆୟୋଜିତ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ।  5T ସଚିବଙ୍କୁ ପାଖରେ ପାଇ ହୁଳ ହୁଳି ପକାଇ ସ୍ବାଗତ କରିଥିଲେ ମହିଳା । ଲୋକଙ୍କୁ ଭେଟିବା ସହ ଦାବିପତ୍ର ଗ୍ରହଣ କରିଥିଲେ 5T ସଚିବ । ଯେଉଁ ସବୁ ସମସ୍ୟା ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ।

ଏଇଟା ପ୍ରଥମ ପର୍ଯ୍ୟାୟ ଅନୁଦାନ, ଭଲ କାମ କଲେ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ଅନୁଦାନ ବି ମିଳିବ ବୋଲି କହିଥିଲେ 5T ସଚିବ। ମୁଖ୍ୟମନ୍ତ୍ରୀ ଏତେ ସବୁ ଦେଇଛନ୍ତି, ଏବେ ତମେ ମାନେ ସ୍ୱପ୍ନ କୁ ସାକାର କର। ମୁଁ ବି ଗାଁ ରୁ ଆସିଛି। ସ୍କୁଲକୁ ୨୦ କିଲୋମିଟର ସାଇକେଲରେ ଯାଉଥିଲି ବୋଲି କହିଛନ୍ତି 5T ସଚିବ।

ଏହା ସହ 5T ସଚିବ ଆହୁରି କହିଥିଲେ , ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ପାଇଁ ଯେଉଁ ଦରଖାସ୍ତ ଆସିଛି, ତାର ସମାଧାନ କରାଯିବ । ଯେଉଁ ଅନୁଦାନ ମିଳିବ, ତାକୁ ଭଲ ଭାବେ କାମ କରିବାକୁ ପରାମର୍ଶ ଦେଇଛନ୍ତି 5T ସଚିବ । ଦୁଇ ଦିନ ମଧ୍ୟରେ ପିଇବା ପାଣି ସମସ୍ୟାର ସମାଧାନ କରାଯିବ । ଆଜି ସନ୍ଧ୍ୟା ସୁଦ୍ଧା ଗାଁରେ ଇଂଜିନିଆର ପହଞ୍ଚିବେ । ଆପଣଙ୍କ ସମସ୍ତ ଅଭିଯୋଗ ମାସକ ଭିତରେ ସମାଧାନ ହେବ ବୋଲି କହିଛନ୍ତି 5T ସଚିବ । ସେହିପରି ମିଶନ ଶକ୍ତି ମା’ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ 5T ସଚିବ । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ ୩୨୦ କୋଟି ଟଙ୍କାରେ 2ଟି ମେଗା ପାଇପ ଜଳ ପ୍ରକଳ୍ପ କାମ ଚାଲିଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ଏହା ଶେଷ ହେବ ।

Latest Posts

Don't Miss