ମୁଁ ସମସ୍ତ ସ୍ପୋର୍ଟସ୍ ଚ୍ୟାନେଲ ବନ୍ଦ କରିଦେଲି : ଏପରି କାହିଁକି କଲେ ଧନଶ୍ରୀ…

1 min read
ନନ୍ଦିଘୋଷ ବ୍ୟୁରୋ: ୨୦୨୦ ମସିହାରେ ବିବାହ କରିଥିବା   ଭାରତୀୟ କିକ୍ରେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କର ଚଳିତ ବର୍ଷ ଫେବୃଆରୀରେ ଛାଡପତ୍ର ହୋଇଛି।  ଉଭୟ ଅଲଗା ହେବା ପରେ ଗଣମାଧ୍ୟମରେ ପରସ୍ପର ବିଷୟରେ ଅନେକ ବୟାନ ଦେଇଥିଲେ। ଏବଂ ଅନେକ ସମୟ ଧରି ଦୁହିଁଙ୍କୁ ନେଇ ଅନେକ ଚର୍ଚ୍ଚା ମଧ୍ୟ କରାଯାଇଥିଲା । ବର୍ତ୍ତମାନ ଧନାଶ୍ରୀ ଦେଇଥିବା ଏକ ବୟାନକୁ ନେଇ ଖୁବ୍ ଆଲୋଚନା ଚାଲିଛି । 
ୟୁଜଭେନ୍ଦ୍ର ଚହଲଙ୍କ ପୂର୍ବତନ ପତ୍ନୀ ଏବଂ ୟୁଟ୍ୟୁବର ଧନଶ୍ରୀ ଖୁବ୍ ଶୀଘ୍ର ନୂତନ ରିଆଲିଟି ଶୋ’ ‘ରାଇଜ୍ ଆଣ୍ଡ ଫଲ୍’ରେ ନଜର ଆସିବେ। ଏହି ରିଆଲିଟି ଶୋ’ରେ ମୋଟ ୧୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ‘ରାଇଜ୍ ଆଣ୍ଡ ଫଲ୍’ MX ପ୍ଲେୟାରରେ ଷ୍ଟ୍ରିମ୍ ହେବ। ଏହାର ପ୍ରୋମୋରେ, ଧନଶ୍ରୀ ତାଙ୍କ ପୂର୍ବତନ ସ୍ୱାମୀ ୟୁଜଭେନ୍ଦ୍ର ଚହଲଙ୍କୁ ତାଚ୍ଛଲ୍ୟ କରୁଥିବାର ଦେଖାଯାଇଛି।  ସେ ନୟନଦୀପ ରକ୍ଷିତଙ୍କ ସହ ଝଗଡ଼ାରେ କହୁଥିବା ଦେଖାଯାଇଛି ଯେ ସେ ‘ରାଇଜ୍ ଆଣ୍ଡ ଫଲ୍’ର ଭିଲାରେ ସମସ୍ତ ସ୍ପୋର୍ଟସ୍ ଚ୍ୟାନେଲ୍ ବନ୍ଦ କରିଦେଇଛନ୍ତି। ଏହି ଶୋ’ର ଫର୍ମାଟ୍ ହେଉଛି ଦୁଇଟି ଭିନ୍ନ ଦୁନିଆର ପ୍ରତିଯୋଗୀମାନଙ୍କୁ ପରସ୍ପର ବିରୁଦ୍ଧରେ ଠିଆ କରାଯିବ । କେତେକ ‘ଶାଶକ’ ଭାବରେ ଏକ ବିଳାସପୂର୍ଣ୍ଣ ପେଣ୍ଟହାଉସ୍‌ରେ ରହିବେ, ଯେତେବେଳେ ଅନ୍ୟମାନେ “କର୍ମଚାରୀ” ଭାବରେ ବେସମେଣ୍ଟରେ ପରିଶ୍ରମ କରିବେ । ସମସ୍ତ ୧୬ ଜଣ ପ୍ରତିଯୋଗୀ ସିଡ଼ି ଚଢ଼ି ପେଣ୍ଟହାଉସ୍‌ରେ ନିଜର ସ୍ଥାନ ସୃଷ୍ଟି କରିବା ପାଇଁ ସଂଘର୍ଷ କରୁଛନ୍ତି।

ଧନଶ୍ରୀ ସମସ୍ତ ସ୍ପୋର୍ଟସ୍ ଚ୍ୟାନେଲ ବନ୍ଦ କରିଦେଇଛନ୍ତି: 

‘ରାଇଜ୍ ଆଣ୍ଡ ଫଲ୍’ର ଏପର୍ଯ୍ୟନ୍ତ ନିଶ୍ଚିତ ନାମ ତାଲିକାରେ ଅର୍ଜୁନ ବିଜଲାନି, କିକୁ ଶାରଦା, କୁବ୍ରା ସୈତ, ନୟନଦୀପ ରକ୍ଷିତ ଏବଂ ଧନଶ୍ରୀ ବର୍ମା ଅଛନ୍ତି। ସଦ୍ୟତମ ପ୍ରୋମୋରେ, ଧନଶ୍ରୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନୟନଦୀପ ରକ୍ଷିତଙ୍କୁ କୁହନ୍ତି ଯେ ସେ ଜଣେ ରାଣୀ ଏବଂ ଜଣେ ରାଣୀଙ୍କୁ ଷ୍ଟାର ହେବାର ଆବଶ୍ୟକତା ନାହିଁ। ତାଙ୍କର ସାକ୍ଷାତକାର ପାଇଁ ଲୋକଙ୍କ ଏକ ଧାଡ଼ି ଅପେକ୍ଷା କରିଛି। ଏହା ପରେ, ସେ କୁହନ୍ତି ଯେ ସେ ଭିଲାର ସମସ୍ତ ସ୍ପୋର୍ଟସ୍ ଚ୍ୟାନେଲ୍ ବନ୍ଦ କରିଦେଇଛନ୍ତି। ଧନଶ୍ରୀଙ୍କ ଏହି ବୟାନକୁ ତାଙ୍କ ପୂର୍ବତନ ସ୍ୱାମୀ ୟୁଜଭେନ୍ଦ୍ର ଚହଲଙ୍କ ସହ ଯୋଡାଯାଉଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଅଭିନେତ୍ରୀ ଶୋ’ ମାଧ୍ୟମରେ ଭାରତୀୟ କ୍ରିକେଟରଙ୍କୁ କଟାକ୍ଷ କରିଛନ୍ତି। ଏବେ ଏହା ଦେଖିବା ଆକର୍ଷଣୀୟ ହେବ ଯେ ସେପ୍ଟେମ୍ବର ୬ ରୁ MX Player ରେ ଷ୍ଟ୍ରିମ୍ ହେବାକୁ ଥିବା ଏହି ଶୋ’ରେ ଏହି ପ୍ରତିଯୋଗୀମାନେ କେଉଁ ରଙ୍ଗରେ ନଜର ଆସିବେ।