ମୁଁ ଇସ୍ତଫା ଦେଇନି, ଜିଲ୍ଲା ସଭାପତି ରହିଛି ଏବଂ ରହିବି: ସୁର ରାଉତରାୟ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ ମୁହଁ ଖୋଲିଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ । ଇସ୍ତଫା ଦେବା ଖବରକୁ ଖଣ୍ଡନ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, ନୂଆ ପିସିସି ଗଠନରେ ବାଲିପାଟଣାର ଜଣଙ୍କୁ ସଭ୍ୟ କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ମାତ୍ର ତାଙ୍କୁ ସଭ୍ୟ କରାଯାଇ ନାହିଁ । ମୁଁ ନୁହେଁ, ସୋନିଆ ଗାନ୍ଧୀ କି ରାହୁଲ ଗାନ୍ଧୀ ଚାହିଁଲେ ବି ଶହେକୁ ଶହେ ସଭ୍ୟ ହୋଇ ପାରିବେ ନାହିଁ । ତେବେ ମୁଁ ଜିଲ୍ଲା ସଭାପତି ରହିଛି ଏବଂ ରହିବି ବୋଲି ସୁରେଶ ରାଉତରାୟ କହିଛନ୍ତି ।