୨୦୨୩ ନୁହେଁ ଗତବର୍ଷର ବଜେଟ ପଢ଼ିଲେ ମୁଖ୍ୟମନ୍ତ୍ରୀ

ଜୟପୁର: ବଜେଟ ଅଧିବେଶନରେ ଗତବର୍ଷର ବଜେଟ ପଢ଼ିଲେ ମୁଖ୍ୟମନ୍ତ୍ରୀ । ରାଜସ୍ଥାନ ବିଧାନସଭା ବଜେଟ ଅଧିବେଶରେ ବିରୋଧୀଙ୍କ ଜୋରଦାର ହଙ୍ଗାମା । ଆଜି ରାଜସ୍ଥାନ ବିଧାନସଭାରେ ବଜେଟ ଅଧିବେଶନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୂର୍ବ ବର୍ଷର ବଜେଟ ପଢ଼ିଥିଲେ । ଲଗାତାର ୮ମିନିଟ ଧରି ସେ ପୂର୍ବ ବର୍ଷର ବଜେଟ ପଢ଼ିଥିଲେ ।
ମନ୍ତ୍ରୀ ମହେଶ ଜୋଶୀ ତାଙ୍କୁ ଅଟକାଇଥିବା ବେଳେ ବିରୋଧୀ ଦଳ ବିଧାୟକମାନେ ନାରାବାଜି କରିଥିଲେ । ଜୋରଦାର ହଙ୍ଗାମା ପରେ ଗୃହକାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ବଜେଟ ପଢୁଥିବା ବେଳେ ପୂର୍ବରୁ ହୋଇଥିବା ତିନି, ଚାରିଟି ଯୋଜନା ସମ୍ପର୍କରେ ପଢ଼ିଥିଲେ । ଯାହାକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା । ୩୦ମିନିଟ ଗୃହ କାର୍ଯ୍ୟ ସ୍ଥଗିତ ରହିବା ପରେ ପୁଣି ଥରେ ବଜେଟ ପରିବେଷଣ କରିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।