ମହିଳାଙ୍କ ମୃତ୍ୟୁ କଥା ମୁଁ ପରଦିନ ଜାଣିଲି : ଅଲ୍ଲୁ ଅର୍ଜୁନ
1 min readନନ୍ଦିଘୋଷ ବ୍ୟୁରୋ: ପୁଷ୍ପା-୨ ବକ୍ସ ଅଫିସରେ ଯେଭଳି ରେକର୍ଡ କରିଛି ସେଭଳି ରିଲିଜ ଦିନରୁ ବେଶ ଚର୍ଚ୍ଚାରେ ରହିଛି । ପୁଷ୍ପା-୨ରେ ପ୍ରିମିୟର ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଥିଲା । ଏହି ଘଟଣାକୁ ନେଇ ମଙ୍ଗଳବାର ପୋଲିସ ଷ୍ଟେସନରେ ହାଜର ହୋଇଥିଲେ ଅଲ୍ଲୁ । ପୋଲିସର ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ । ଆଉ ପୋଲିସ ଯେତେବେବେଳେ ତାଙ୍କୁ ପ୍ରଶ୍ନ କରିଥିଲେ କି ? ମହିଳାଙ୍କ ମୃତ୍ୟୁକୁ ନେଇ କଣ ଜାଣିଥିଲ କି ? ଏହାର ଉତ୍ତରରେ ଅଲ୍ଲୁ କହିଥିଲେ କି, ମୋତେ ସେ ସମ୍ପର୍କରେ କୌଣସି ପ୍ରକାରେ ଜଣା ନଥିଲା । ପର ଦିନ ଖବର ଦେଖିବା ପରେ ଜାଣିବାକୁ ପାଇଥିଲି ।
କହି ରଖୁଛୁ କି, ଚିକ୍କଡପଲ୍ଲୀ ଥାନାରେ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ଜେରା କରିଛି ପୋଲିସ। ଅଲୁ ତାଙ୍କ ଓକିଲ ଅଶୋକ ରେଡ୍ଡୀଙ୍କ ସହ ଥାନାରେ ହୋଇଥିଲେ ହାଜର। ତାଙ୍କୁ ଏସିପି ରମେଶ ଓ ସର୍କଲ ଇନ୍ସପେକ୍ଟର ରାଜୁ ଜେରା କରିଥିବା ସୂଚନା ମିଳିଛି। ହାଜର ହେବା ଲାଗି ନୋଟିସ ଜାରି କରିଥିଲା ହାଇଦ୍ରାବାଦ ପୋଲିସ। ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ଯା ଥିଏଟରରେ ପ୍ରିମିୟର ବେଳେ ଘଟିଥିଲା ଅଘଟଣ। ଏଥିରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ଯୁ ଘଟିଥିବାବେଳେ ତାଙ୍କର କୁନି ପୁଅ ହୋଇଥିଲା ଗୁରୁତର। ହଜାର ହଜାର ପ୍ରଶଂସକ ସୁପରଷ୍ଟାରଙ୍କ ନିକଟକୁ ଚାଲିଆସିବାରୁ ଏହି ଦଳାଚକଟା ଘଟିଥିଲା। ଏହି ଘଟଣାକୁ ନେଇ ଚିକ୍କଡାପଲ୍ଲୀ ଥାନାରେ ବିଏନଏସର ବିଭିନ୍ନ ଧାରା ଅନୁସାରେ ଅଲୁ ଅର୍ଜୁନ, ସିକ୍ଯୁରିଟି ଟିମ ଓ ସନ୍ଧ୍ଯା ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗତ ଡିସେମ୍ବର ୧୩ରେ ଅଲୁଙ୍କୁ ଗିରଫ କରିଥିଲା ପୋଲିସ। ପରଦିନ ସେ ଜାମିନରେ ଆସିଥିଲେ। ଗତ ୨୨ ତାରିଖରେ ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବିରେ ଅଲୁଙ୍କ ଘରେ ଭଙ୍ଗାରୁଜା କରିଥିଲେ ଓସମାନିଆ ବିଶ୍ବବିଦ୍ୟାଳୟ ଛାତ୍ର। ଏହି ଘଟଣାର ୬ ଜଣ ହୋଇଥିଲେ ଗିରଫ। ସେପଟେ ପୋଲିସ ବାହିନୀ ପ୍ରତି ଅସମ୍ମାନ ଅଭିଯୋଗରେ କଂଗ୍ରେସ ନେତା ଥିନମାର ମଲ୍ଲାନା ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।