ରାଜ୍ୟର ନୂତନ ୭ କରୋନା ସଂକ୍ରମିତଙ୍କ ସବିଶେଷ ସୂଚନା ଦେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ
1 min readଭୁବନେଶ୍ୱର: ରାଜ୍ୟରେ ନୂତନ ୭ କରୋନା ସଂକ୍ରମିତଙ୍କ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ପୂର୍ବ ତଥ୍ୟ ଅନୁଯାୟୀ ଭଦ୍ରକରୁ ୫ ଜଣ ଏବଂ ବାଲେଶ୍ୱରରୁ ୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇ ୬୮ ରେ ପହଞ୍ଚିଛି ।
ଭଦ୍ରକର ସଂକ୍ରମିତ ସମସ୍ତ ୫ ଜଣ ପୁରୁଷ । ୬୨ ନମ୍ବର ଆକ୍ରାନ୍ତଙ୍କ ବୟସ ୪୮ ବର୍ଷ ହୋଇଥିବା ବେଳେ ଅନ୍ୟ ମାନଙ୍କ ବୟସ ୫୦ ବର୍ଷରୁ ଅଧିକ । ତେବେ ୬୩, ୬୪, ୬୫ ଏବଂ ୬୬ ନମ୍ବର ଆକ୍ରାନ୍ତଙ୍କ ବୟସ ଯ଼ଥାକ୍ରମେ ୫୫ ବର୍ଷ, ୫୭ ବର୍ଷ, ୫୮ ବର୍ଷ ଏବଂ ୬୬ ବର୍ଷ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛି ।
ଭଦ୍ରକର ୫ ଜଣ ନୂତନ ଆକ୍ରାନ୍ତଙ୍କ ସବିଶେଷ ସୂଚନା –
Patient Details of #Covid19 #Odisha (Bhadrak)
Case No: 62, 63, 64, 65 & 66Age: 48 Yrs Male, 55 Yrs Male, 57 Yrs Male, 58 Yrs Male & 66 Yrs Male
Contact tracing and followup action is being done. pic.twitter.com/ls0AobcHLf
— I & PR Department, Odisha (@IPR_Odisha) April 20, 2020
ଅନ୍ୟପଟେ ବାଲେଶ୍ୱରରେ ଚିହ୍ନଟ ୬୭ ଓ ୬୮ ନମ୍ବର ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୨ ବର୍ଷିୟା ଶିଶୁକନ୍ୟା ଅଛନ୍ତି । ଅନ୍ୟଜଣଙ୍କ ପୁରୁଷ ହୋଇଥିବା ବେଳେ ତାଙ୍କ ବୟସ ୩୨ ବର୍ଷ ବୟସ ହୋଇଥିବା ସୂଚନା ମିଳିଛି ।
Patient Details #Covid19 #Odisha
Case No: 67 & 68 (Balasore)
32 Years, Male & 02 Years, FemaleContact tracing and followup action is being done. pic.twitter.com/YI29SiB5rS
— I & PR Department, Odisha (@IPR_Odisha) April 20, 2020