ପନ୍ତଙ୍କ ପାଇଁ ଦେବଦୂତ ସାଜିଲେ ବସ୍ ଡ୍ରାଇଭର

ହରିଦ୍ୱାର: ରଖେ ହରି ତ ମାରେ କିଏ ? ତେବେ କ୍ରିକେଟର ରିଷଭ ପନ୍ତଙ୍କ ପାଇଁ ଦେବଦୂତ ସାଜିଥିଲେ ଜଣେ ଡ୍ରାଇଭର । ରିଷଭଙ୍କ କାର ଦୁର୍ଘଟଣା ପରେ ପଛରେ ଆସୁଥିବା ଏକ ବସ ଡ୍ରାଇଭର ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେବାର ବ୍ୟବସ୍ଥା କରିଥିଲେ । ଏ ଡ୍ରାଇଭର ଜଣକ ପନ୍ତଙ୍କୁ ଏକ ପ୍ରକାର ଯମ ନିକଟରୁ ଛଡ଼ାଇ ଆଣିଥିବା କୁହାଯାଉଛି ।

କ୍ରିକେଟ ଖେଳାଳି ଋଷଭ ପନ୍ତଙ୍କ କାର ବଡ଼ ଦୁର୍ଘଟଣାର ଶିକାର ହୋଇଛି । ମାତ୍ର ମୃତ୍ୟୁକୁ ପରାସ୍ତ କରି ଅଳ୍ପକେ ବର୍ତ୍ତିଲେ ଋଷଭ ପନ୍ତ। ଏହି ଦୁର୍ଘଟଣାରେ ପନ୍ତଙ୍କ ମୃଣ୍ଡ ଏବଂ ଗୋଡରେ ଆଘାତ ଲାଗିଥିବା ବେଳେ ଦେହର ଅନେକ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ରୁର୍କୀର ମହମ୍ମଦପୁର ଜାଟ ନିକଟରେ ତାଙ୍କ କାର ଡିଭାଡରରେ ପିଟି ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କିଛି ସମୟ ପରେ ଏକ ବସ୍ ଡ୍ରାଇଭର ଦେବଦୂତ ସାଜି ପନ୍ତଙ୍କ ଜୀବନ ବଞ୍ଚାଇଥିବା କଥା ଜଣାପଡିଛି ।  ଡ୍ରାଇଭର ଜଣଙ୍କ ବସ ରଖି ପନ୍ତଙ୍କୁ କାର ତଳୁ  ଉଦ୍ଧାର କରି ଦୁର୍ଘଟଣାସ୍ଥଳ ଠାରୁ ଅନତିଦୂରକୁ ଆଣିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାର ବ୍ୟବସ୍ଥା କରିଥିଲେ  ।

ସୂଚନା ଅନୁଯାୟୀ ହରିଦ୍ୱାର ଏସଏପପି,  ଯେତେବେଳେ ପନ୍ତଙ୍କ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ସେତେବେଳେ ହରିୟାଣା ରୋଡବେଜର ବସ୍ ତାଙ୍କ ପଛରେ ଆସୁଥିଲା । ବସ୍ ଡ୍ରାଇଭର ସୁଶୀଲ କୁମାର କାରଟି ଦୁର୍ଘଟଣା ହେଉଥିବା ଦେଖି ବସ ରଖିଥିଲେ । ଏହାପରେ ୧୧୨କୁ କଲ୍ କରି ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ପନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଡ୍ରାଇଭର ଶୁସିଲ କୁମାରଙ୍କ କହିବା ଅନୁଯାୟୀ, ପନ୍ତ ତାଙ୍କ କାର ତଳେ ପଡିଥିଲେ  ଏବଂ କାରଟି ଜଳିବା ଆରମ୍ଭ କରିଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ସେ ଦେଖି ଭାବିଥିଲେ କି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବ୍ୟକ୍ତି ଆଉ ବଞ୍ଚି ନଥିବେ । ସେପଟେ ଡ୍ରାଇଭର ଜଣଙ୍କ କାର ନିକଟକୁ ଯାଇଥିଲେ  । ଏବେ  ଉଦ୍ଧାର ସମୟରେ ଜାଣିବାକୁ ପାଇଥିଲେ ସେ ଭାରତୀୟ କ୍ରିକେଟର ଋିଷଭ ପନ୍ତ  । କାର ଭିତରେ ଆଉ କିଏ ଅଛନ୍ତି କି ନାହାଁନ୍ତି ବୋଲି ପରେ  ତାଙ୍କୁ ପଚାରିଥିଲେ  ଏବଂ ଏକାକୀ କାର ଚଳାଇ ଆସୁଥିବା ବସ ଡ୍ରାଇଭରଙ୍କୁ କହିଥିଲେ କ୍ରିକେଟର ପନ୍ତ   ।