ଅଜଣା ଗାଡ଼ି ଧକ୍କାରେ ହେଟା ବାଘ ମୃତ

ଆସିକା: ଅଜଣା ଗାଡ଼ି ଧକ୍କାରେ ହେଟା ବାଘର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଦାରୁବ୍ରହ୍ମ ଗାଁ ନିକଟରେ ବାଘକୁ କୌଣସି ଏକ ଗାଡ଼ି ଧକ୍କା ଦେଇଥିଲା । ଫଳରେ ଆହତ ହେଟା ବାଘଟି ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇବା ପରେ ବାଘଟିକୁ ବନ ବିଭାଗ ଉଦ୍ଧାର କରିଥିଲା ।
ଆହତ ହେଟା ବାଘଟିକୁ ପଶୁ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ସେଠାର ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ କିଭଳି ବାଘଟିକୁ ଗାଡ଼ି ଧକ୍କା ଦେଲା ତାର ତଦନ୍ତ କରୁଛି ବନ ବିଭାଗ ।