ଡାକ୍ତରଙ୍କ ପରାମର୍ଶ ନେଇ ଖାଆନ୍ତୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍
1 min readନୂଆଦିଲ୍ଲୀ: କରୋନା ପାଇଁ ଭ୍ୟାକ୍ସିନ ବାହାରି ନଥିବା ବେଳେ ସଂକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତେ ଔଷଧ ଖୋଜୁଛନ୍ତି । ଆମେରିକା ଭାରତ ଠାରୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ମେଡିସିନ୍ ମାଗିବା ପରେ ଦେଶରେ ଏହି ଔଷଧର ଡିମାଣ୍ଡ ବଢ଼ିଯାଇଛି । କିଛି ହୋଇନଥିଲେ ବି ଲୋକ ମେଡିସିନ୍ ଷ୍ଟୋରକୁ ଯାଇ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବଲେଟ୍ସ ମାଗୁଛନ୍ତି ।
ବଦଳିଲା ଟ୍ରମ୍ପଙ୍କ ସ୍ୱର: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଙ୍କୁ ଜଣାଇଲେ ଧନ୍ୟବାଦ
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହା ଉପରେ ସୂଚନା ରଖିଛି । ନିୟ ଅନୁସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବଲେଟ୍ସ ଖାଇବାକୁ କୁହାଯାଉଛି । ଏହି ଔଷଧ ହୃଦରୋଗ ଜନିତ ସମସ୍ୟା ସୃଷ୍ଟି କରିଥାଏ । ତେଣୁ, ମନ ଇଛା ଏହି ଔଷଧକୁ କେହି ଖାଆନ୍ତୁ ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେବନ କରନ୍ତୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।
Supplies of PPEs, masks, and ventilators have now begun. 20 domestic manufacturers in India have been developed for PPEs, orders for 1.7 Crore PPEs have been placed and the supplies have begun. 49,000 ventilators have been ordered: Lav Aggarwal, Joint Secretary, Health Ministry pic.twitter.com/eI7Hpm85HI
— ANI (@ANI) April 9, 2020
ଏଥିସହ ପିପିଇ, ମାସ୍କ ଓ ଭେଣ୍ଟିଲେଟର ଆସିବା ଆରମ୍ଭ ହୋଇଯାଇଛି । ୧.୭ କୋଟି ପିପିଇ ଓ ୪୯ ହଜାରପ ଭେଣ୍ଟିଲେଟର ପାଇଁ କେନ୍ଦ୍ର ସରକାର ଦେଇଥିବା ସେ କହିଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୩୪କୁ ବୃଦ୍ଧି ପାଇଛି । ୪୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୪ ଘଣ୍ଟାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ।