୭ ବର୍ଷରେ ୧୧୭ ଥର କଟିଲା ଚାଲାଣ; ଟଙ୍କାଟେ ବି ଦେଲେନି ସ୍କୁଟର ଚାଳକ

ହାଇଦ୍ରାବାଦ: ରାସ୍ତାରେ ଗାଡି ଚଳାଇବା ସମୟରେ ବାଇକ, ସ୍କୁଟର, କାର ଚଳାଉଥିବା ବ୍ୟକ୍ତି କିଛି ସମୟରେ ଟ୍ରାଫିକ ନିୟମ ଭାଙ୍ଗିଥାଏ । ଟ୍ରାଫିକ ନିୟମ ଭାଙ୍ଗିବା ପରେ ପୋଲିସ ସେମାନଙ୍କର ଚାଲାଣ ମଧ୍ୟ କାଟିଥାଏ । ଏହା ପରେ ଚାଲାଣରେ କଟାଯାଇଥିବା ଟଙ୍କାକୁ ପୈଠ କରିବାକୁ ପଡ଼ିଥାଏ । ତେବେ ସାଧାରଣତଃ ଲୋକ ଏହି ଚାଲଣକୁ ପୈଠ କରିଦିଅନ୍ତି । କିନ୍ତୁ ହାଇଦ୍ରାବାଦରେ ଏମିତି ଏକ ବ୍ୟକ୍ତି ଧରା ପଡ଼ିଛନ୍ତି ଯିଏ ଗତ ୭ ବର୍ଷ ମଧ୍ୟରେ ବହୁବାର ଟ୍ରାଫିକ ନିୟମ ଭାଙ୍ଗିଛନ୍ତି । ବିଗତ ୭ ବର୍ଷ ମଧ୍ୟରେ ସେହିତ ବ୍ୟକ୍ତିଙ୍କ ନାମରେ ୧୧୭ଟି ଚାଲାଣ କଟିଛି । କିନ୍ତୁ ସେଥିମଧ୍ୟରୁ ଗୋଟିଏ ବି ଚାଲାଣ ପୈଠ କରିନଥିଲେ । ତେବେ ଏବେ ସେହି ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।

ଏହି ଘଟଣା ହାଇଦ୍ରାବାଦରେ ହୋଇଛି । ହାଇଦ୍ରାବାଦରେ ରହୁଥିବା ଫରୀଦ ଖାନ ନାମକ ଜଣେ ଯୁବକ ତାଙ୍କ ସ୍କଟରରେ ବିଗତ ୭ ବର୍ଷ ମଧ୍ୟରେ ବହୁବାର ଟ୍ରାଫିକ ନିୟମ ଭାଙ୍ଗିଛନ୍ତି । ଫରୀଦଙ୍କ ନାମରେ ୧୧୭ ଥର ଚାଲଣ କଟିଥିଲା । କିନ୍ତୁ ସେ ଏଥିରୁ ଗୋଟିଏ ବି ଚାଲାଣ ଭରି ନଥିଲେ । ତା’ର ପୂରା ଚାଲାଣ ଯଦି କହିବା ତାହାଲେ ପୂରା ଚାଲାଣ ୨୯ ହଜାର ୭୨୦ ଟଙ୍କାର ଅଟେ । ହାଇଦ୍ରାବାଦ ସହରରେ ପୋଲିସ ନିୟମତି ଗାଡି ଚେକିଂ କରିଥାଏ । ଏହି ଚେକିଂ ସମୟରେ ଫରୀଦଙ୍କୁ ନାମପଲ୍ଲୀ ପାଖରେ ରୋକାଯାଇଥିଲା । ସେ ହେଲମେଟ ପିନ୍ଧିନଥିଲେ । ଏହି ସମୟରେ ଯେତେବେଳେ ଟ୍ରାଫିକ ପୋଲିସ ତାଙ୍କ ରେଜିଷ୍ଟ୍ରେସନ ଯାଞ୍ଚ କଲେ ତେବେ ଜଣାପଡ଼ିଥିଲା କି ତାଙ୍କ ଉପରେ ୧୧୭ ଥର ଚାଲାଣ କଟିଛି । ଏହି ଚାଲାଣର ମୋଟ ଟଙ୍କା ୨୯ ହଜାର ୭୨୦ ଟଙ୍କା । ଏପରି ସ୍ଥିତିରେ ଟ୍ରାଫିକ ପୋଲିସ ତା’ର ଗାଡି ଜବତ କରିଦେଇଛି ।ଏହା ସହ ଚାଲାଣ ଟଙ୍କା ପଇଠ କରି ସ୍କୁଟର ନେଇଯିବାକୁ କହୁଯାଇଛି ।

ସୂଚନା ଅନୁଯାୟୀ ତାଙ୍କ ପାଖକୁ କୋର୍ଟରୁ ନୋଟିସ୍ ମଧ୍ୟ ପଠାଯାଇଥିଲା । ଏହି ନୋଟିସରେ କହୁଯାଇଥିଲା କି ସେ ତାଙ୍କ ଚାଲଣ ଟଙ୍କା ଶୀଘ୍ର ଦେଇ ଦିଅନ୍ତୁ ନଚେତ ତାଙ୍କ ଗାଡିକୁ ଜବତ କରାଯିବ ଏବଂ ତାଙ୍କ ନାମରେ ଚାର୍ଜସିଟ ଦାୟର କରାଯିବ । କିନ୍ତୁ ଏହି ନୋଟିସକୁ ଗୁରୁତର ସହ ନେଇନଥିଲା ଫରୀଦ । ତେଣୁ ଏବେ ଟ୍ରାଫିକ ପୋଲିସ ଧରିବା ପରେ ତାଙ୍କ ଗାଡିକୁ ଜବତ କରିନେଇଛି ।

Leave a Reply