ବିବାହ ପୂର୍ବରୁ ଆକର୍ଷଣୀୟ ହସ ଚାହୁଁଥିଲେ, ଭୁଲ ଅସ୍ତ୍ରୋପଚାର ନେଲା ଜୀବନ
1 min readହାଇଦ୍ରାବାଦ: ନିଜ ବିବାହରେ ଭିନ୍ନ ଦେଖାଯିବା ପାଇଁ ବରକନ୍ୟା ଅନେକ କସରତ କରିଥାନ୍ତି । କିନ୍ତୁ ହାଇଦ୍ରାବାଦର ଜଣେ ଯୁବକଙ୍କୁ ବିବାହ ପ୍ରସ୍ତୁତି ମହଙ୍ଗା ପଡିଛି । ବିବାହର ମାତ୍ର ସପ୍ତାହକ ପୂର୍ବରୁ ଆଖି ବୁଜିୁଛନ୍ତି ଯୁବକ । ବିବାହ ପୂର୍ବରୁ ସ୍ମାଇଲ ଡିଜାଇନିଂ(ଦାନ୍ତ ଅସ୍ତ୍ରୋପଚାର) କରିବାକୁ ଯାଇଥିଲେ ଯୁବକ । କିନ୍ତୁ ଭୁଲ ଅସ୍ତ୍ରୋପଚାର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ।
ଗତ ଫେବୃଆରୀରେ ହାଇଦ୍ରାବାଦସ୍ଥିତ ଜୁବଲୀ ହିଲ୍ସରେ FMS ଇଣ୍ଟରନ୍ୟାସନାଲ ଡେଣ୍ଟାଲ କ୍ଲିନିକରେ ସ୍ମାଇଲ ଡିଜାଇନିଂ ପ୍ରକିୟାରେ ୨୮ ବର୍ଷୀୟ ଲକ୍ଷ୍ମୀ ନାରାୟଣଙ୍କ ମୃତ୍ୟୁ ହୋଇଛି । ଆନାସ୍ଥିସିଆ ଓଭରଡୋଜ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ବାପା ଅଭିଯୋଗ କରିଛନ୍ତି ।
ସର୍ଜରୀ ଚାଲିଥିବା ସମୟରେ ଅଚାନକ ଲକ୍ଷ୍ମୀ ଚେତାଶୂନ୍ୟ ହୋଇଯାଇଥିଲେ । ଏହି ସମୟରେ କ୍ଲିନିକ ପକ୍ଷରୁ ଫୋନ କରାଯାଇ ତାଙ୍କ ବାପାଙ୍କୁ ଆସିବାକୁ କୁହାଯାଇଥିଲା । କ୍ଲିନିକରୁ ତାଙ୍କୁ ଅନ୍ୟତ୍ର ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିତିଲେ ।