ବାଦଲ ଫଟା ବର୍ଷାରେ ବେହାଲ ଜନଜୀବନ, ଲୋକଙ୍କୁ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶ

1 min read

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ଅବପାତା କାରଣରୁ ବର୍ଷା ତାର କରାଳ ରୂପ ଦେଖାଇଛି । ଅବପାତ କାରଣରୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଗତ ୨୪ ଘଣ୍ଟା ଧରି ବର୍ଷା ଜାରି ରହିଛି । ଅସ୍ତବ୍ୟସ୍ତ ହୋଇବଡ଼ିଛି ଜନଜୀବନ । ତୁହାକୁ ତୁହା ପ୍ରବଳ ବର୍ଷା କାରଣରୁ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଯେଉଁଥି ପାଇଁ ରାସ୍ତା ଉପରେ ପାଣି ଭର୍ତ୍ତି ରହିଥିବା ବେଳେ ଘରେ ଘରେ ଆଣ୍ଠୁଏ ଉଚ୍ଚର ପାଣି  । ସବୁଠାରୁ ବଡ଼ କଥା ହେଉଛି ଭୟଙ୍କର ବର୍ଷା କାରଣରୁ ଅନେକ ଲୋକଙ୍କର ଜୀବନ ହାନି ହେବା ସହ କ୍ଷୟକ୍ଷତି ମଧ୍ୟ ହୋଇଛି । ରାସ୍ତା ଉପରେ ପାଣି ଭର୍ତ୍ତି ଯୋଗୁଁ ଗାଡ଼ି ମଟର ଭାସୁଛି । ଅବସ୍ଥା ଏମିତି ହୋଇଛି ହାଇଦ୍ରାବାଦର ବୋନପାଲି ଅଞ୍ଚଳରେ ଅନେକ ଗାଡ଼ି ପାଣିରେ ଭାସି ଯାଇଛି । ବର୍ଷା ଆଶଙ୍କାରେ ପାଣିପାଗ ବିଭାଗ କହିଛି ଯେ ଦିନେ କିମ୍ବା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ବନ୍ଦ ହେବ ନାହିଁ । ଗୁରୁବାର ହାଇଦ୍ରାବାଦ ସମେତ କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବର୍ଷା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଛି

ଲଗାତାର ବର୍ଷା ପରେ ତେଲେଙ୍ଗାନାର ଅନେକ ସ୍ଥାନରେ ଦୁର୍ଘଟଣା ହୋଇଛି । ଯେଉଁଥିରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷା କାରଣରୁ ରାସ୍ତା ଏବଂ ତଳିଆ ଅଞ୍ଚଳରେ ପାଣି ଭର୍ତ୍ତି ହେବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଚନ୍ଦ୍ରୟନଗୁଟ୍ଟା ପୋଲିସ ଷ୍ଟେସନ ଅଞ୍ଚଳରେ କାନ୍ଥ ଭୁଶୁଡ଼ିବା ଘଟଣାରେ ଶିଶୁ ସମେତ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ହେତୁ ଇବ୍ରାହିମପାଟନମ୍ ଅଞ୍ଚଳରେ ଏକ ପୁରୁଣା ଘରର ଛାତ ଭୁଶୁଡ଼ିବା ପରେ ୪୦ ବର୍ଷୀୟା ମହିଳା ଏବଂ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ପୋଲିସ ବୁଧବାର ସୂଚନା ଦେଇଛି ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି

ପୋଲିସ୍ ଟିମ୍, ଏନଡିଆରଏଫ୍, ଜିଏଚ୍ଏମସି ଏବଂ ବିପର୍ଯ୍ୟୟ ଆକ୍ସନ୍ ଫୋର୍ସ (DRF) କର୍ମଚାରୀମାନେ ପାଣିରେ ବୁଡ଼ି ରହିଥିବା ସ୍ଥାନରୁ ଅନେକ ପରିବାରକୁ ସ୍ଥାନାନ୍ତର କରିଛନ୍ତି । ଅନେକ କ୍ଷେତ୍ରରେ ଉଦ୍ଧାର କାର୍ଯ୍ୟ ଏବେ ପର୍ଯ୍ୟନ୍ତ ଚାଲିଛି । ଜଳସ୍ତର ବଢ଼ିବା ଯୋଗୁଁ ଏଠାରେ ଏକ ସରକାରୀ ବସ୍ ଫସବା କାରଣରୁ ୩୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ କହିଛି ।

ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

ଭଦ୍ରାଦ୍ରୀ-କୋଠାଗୁଡେମ ଜିଲ୍ଲାର ଜଳଭଣ୍ଡାରରେ ଜଳ ସ୍ତର ବୃଦ୍ଧି ପାଇଛି ଏବଂ ଜଳଭଣ୍ଡାର ନିକଟକୁ ନ ଯିବାକୁ ପ୍ରଶାସନ ଲୋକଙ୍କୁ ପରାମର୍ଶ ଦେଇଛି । ମୁଖ୍ୟ ଶାସନ ସଚିବ ସୋମେଶ କୁମାର ସମସ୍ତ ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ କହିଛନ୍ତି । ଏହି ସମୟ ମଧ୍ୟରେ ନାଗରିକ ସଂସ୍ଥା ଏବଂ ପୋଲିସ ଅଧିକାରୀ ମଧ୍ୟ ଲୋକମାନଙ୍କୁ ଘରୁ ବାହାରକୁ ନଯିବାକୁ କହିଛନ୍ତି ।

ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ

ବୁଧବାର ତେଲେଙ୍ଗାନାରେ ବଜ୍ରପାତ ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ହାଇଦ୍ରାବାଦ ସମେତ କେତେକ ସ୍ଥାନରେ ବୁଧବାର ଏବଂ ଗୁରୁବାର ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

Leave a Reply