ବୋମା ଧମକ ଯୋଗୁ ଫେରିଗଲା ହାଇଦ୍ରାବାଦ ଅଭିମୁଖେ ଆସୁଥିବା ବିମାନ
1 min read
ନୂଆଦିଲ୍ଲୀ: ବୋମା ଧମକ ଯୋଗୁ ହାଇଦ୍ରାବାଦ ଅଭିମୁଖେ ଆସୁଥିବା ବିମାନ ଫେରିଯାଇଛି । ହାଇଦ୍ରାବାଦ ଅଭିମୁଖେ ଆସୁଥିବା ଲୁଫ୍ଥାନସା ବିମାନ ୟୁଟର୍ଣ୍ଣ ନେଇ ଫ୍ରାଙ୍କଫର୍ଟ ବିମାନବନ୍ଦରରେ ପୁନର୍ବାର ଅବତରଣ କରିଛି । ରବିବାର ସ୍ଥାନୀୟ ସମୟ ଅପରାହ୍ନ ୨. ୧୪ରେ ଜର୍ମାନୀରୁ ଉଡାଣ ଭରିବାର ଦୁଇ ଘଣ୍ଟା ପରେ ବିମାନ LH752 ବୋମା ଧମକ ପାଇଥିଲା । ସୋମବାର ଭୋର ସମୟରେ ଏହା ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା।
ଲୁଫ୍ଥାନସା କହିଛି ଯେ, ହାଇଦ୍ରାବାଦରେ ଅବତରଣ ପାଇଁ ଅନୁମତି ନ ପାଇବାରୁ ଏହାକୁ ପଛକୁ ଫେରିବାକୁ ବାଧ୍ୟ କରାଯାଇଥିଲା। ବିମାନଟି ସନ୍ଧ୍ୟା ପ୍ରାୟ ୫:୩୦ ସମୟରେ ଫ୍ରାଙ୍କଫର୍ଟରେ ପୁନର୍ବାର ଅବତରଣ କରିଥିଲା, ଏୟାରଲାଇନ୍ସର ଲାଇଭ୍ ଫ୍ଲାଇଟ୍ ଟ୍ରାକର ଦେଖାଇଛି।