ଚୌଦ୍ୱାର ଜେଲ୍‌ରେ ହାଇଦରଙ୍କୁ ସଙ୍ଗରୋଧରେ ରଖାଗଲା: ଆରଟିପିସିଆର ରିପୋର୍ଟକୁ ଅପେକ୍ଷା

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା । ଗ୍ୟାଙ୍ଗଷ୍ଟର ହାଇଦର କରୋନା ସଂକ୍ରମିତ ହୋଇଥିବାର ଆଣ୍ଟିଜେନ ଟେଷ୍ଟରୁ ଜଣାପଡ଼ିଛି । ଆଣ୍ଟିଜେନ ଟେଷ୍ଟ ପଜିଟିଭ ଆସିବା ପରେ ଏ ନେଇ ସ୍ପଷ୍ଟ ହୋଇଛି । ତେବେ ଗତକାଲି କୋର୍ଟ ଚାଲାଣ ପୂର୍ବରୁ ହୋଇଥିବା ଆରଟିପିସିଆର ରିପୋର୍ଟ ଆସିନାହିଁ । ଏହି ରିପୋର୍ଟକୁ ଅପେକ୍ଷା କରିଛି କମିଶନରେଟ ପୋଲିସ। । ବରିଷ୍ଠ ପୋଲିସ ଅଧିକାରୀ ଏ ବିଷୟରେ ମତ ରଖି ନଥିଲେ ସୁଦ୍ଧା ବର୍ତ୍ତମାନ ରିମାଣ୍ଡରେ ହାଇଦରକୁ ପୋଲିସ ନେବ ନାହିଁ ବୋଲି ଜଣାପଡ଼ିଛି । ହାଇଦରକୁ ଚୌଦ୍ବାର ଜେଲରେ ସଙ୍ଗରୋଧରେ ରଖାଯାଇଛି । ରିପୋର୍ଟ ଆସିବା ପରେ ଏହାକୁ ଦେଖି ହାଇଦରକୁ ପୋଲିସ ରିମାଣ୍ଡରେ ଆଣିବ।

ଗତ ୧୦ ତାରିଖରେ ଏସସିବି ସର୍ଜରୀ ୱାର୍ଡରୁ ହାଇଦର ଫେରାର୍ ହୋଇ ଯାଇଥିଲା । ବିଭିନ୍ନ ରାଜ୍ୟରେ ଛାନଭିନ୍ନ ପରେ ପୋଲିସ ଗୁରୁବାର ହାଇଦରକୁ ତେଲଙ୍ଗାନାରୁ ସ୍ଥାନୀୟ ପୋଲିସ ସହାୟତାରେ ଗିରଫ କରାଯାଇଥିଲା । ଗତକାଲି ବିମାନ ଯୋଗେ ଭୁବନେଶ୍ୱର ଅଣାଯିବା ପରେ କଟକ ଡିସିପି ଅଫିସକୁ ହାଇଦରକୁ ନିଆଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ୨ ସହଯୋଗୀ ସହ ହାଇଦରକୁ ମୁହାଁମୁହିଁ ଜେରା କରିବ ପୋଲିସ, ୭ ଦିନ ଲାଗି ମିଳିଲା ରିମାଣ୍ଡ ଅନୁମତି

Leave a Reply