ଯୌତୁକରେ ମାଗିଥିଲେ ଦାମି ଜ୍ୟାକେଟ୍,ମିଳିଲାନି ତ’ ମାରିଦେଲେ

ବିହାର : କାର,ଟିଭି ପାଇଁ ଯୌତୁକ ହତ୍ୟା କଥା ଶୁଣିଥିବେ । କିନ୍ତୁ ଯୌତୁକରେ ଜ୍ୟାକେଟ୍ ଡିମାଣ୍ଡ୍ ଓ ସେଥିପାଇଁ ହତ୍ୟା ! କେବେ ଶୁଣିଛନ୍ତି । ଯଦି ଶୁଣି ନାହାନ୍ତି ତେବେ ଏବେ ଶୁଣନ୍ତୁ । ମାମୁଲି ଗୋଟିଏ ଜ୍ୟାକେଟ୍ ପାଇଁ ଜଣେ ନବବିବାହିତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତ ସ୍ୱାମୀ । ଅବିଶ୍ୱସନୀୟ ଏହି ଘଟଣା କିନ୍ତୁ ସତ୍ୟା । ଘଟଣା ଘଟିଛି ବିହାରରେ । ଘଟଣା ଘଟିଛି ବିହାରର ମୁଫାସିଲ୍ ଥାନାର ମଙ୍ଗାଇଡିହ ଗାଁରେ ।
ମୃତକ ଜଣଙ୍କ ହେଉଛି ରିତିକା କୁମାରି। ବିହାରର ମୁଫାସିଲ ଥାନା ଅଧିନରେ ଅାସୁଥିବା ମଙ୍ଗାଇଡିହ ଗାଁ ରିତିକା ୮ ମାସ ତଳେ ସେହି ଗାଁର ବୁଲବୁଲ ସିଂଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବୁଲବୁଲ ତାଙ୍କୁ ମିଳିଥିବା ଯୌତୁକରେ ସନ୍ତୁଷ୍ଟ ନଥିଲେ । ସେ ଆହୁରି ବହୁତ କିଛି ଚାହୁଁଥିଲେ ।ଏଥିପାଇଁ ନିୟମିତ ସେ ନିଜ ପତ୍ନୀଙ୍କୁ ନିର୍ଯାତନା ଦେଉଥିଲେ । ନିକଟରେ ସେ ପତ୍ନୀଙ୍କୁ ତାଙ୍କ ଘରୁ ଏକ ଦାମୀ ଜ୍ୟାକେଟ୍ ଆଣିବାକୁ କହିଥିଲେ । ତେବେ ରିତିକା ସ୍ୱାମୀଙ୍କ ଦାବୀ ପୁରଣ କରିପାରିନଥିଲେ । ସେଥିପାଇଁ ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।


ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ବିବାହ ପରଠାରୁ ରିତିକାଙ୍କ ଉପରେ ଯୌତୁକଜନିତ ନିର୍ଯାତନା ଦେଇ ଅାସୁଥିଲେ ଶ୍ବଶୁର ଘର ଲୋକେ। ତାଙ୍କ ମୃତ୍ୟୁର ୨ ଦିନ ପୂର୍ବରୁ ହିଁ ସ୍ବାମୀ ବୁଲବୁଲ ସିଂ ତାଙ୍କୁ ଜ୍ୟାକେଟ ପାଇଁ ନିର୍ଯାତନା ଦେଇଥିଲା। ରିତିକା ଏଠାରେ ନିଜ ମାଁଙ୍କୁ ଏବାବଦରେ ଜଣାଇଥିଲେ। ଝିଅର ଏପରି ଅବସ୍ଥା ଦେଖିବା ପରେ ପରିବାର ତରଫରୁ ଶ୍ବଶୁର ଘର ବିରୋଧରେ ଥାନାରେ ଏତଲା ଦିଅାଯାଇଥିଲା।
ମୃତକଙ୍କ ମାଅା ଅନିତା ଦେବୀ ଙ୍କ ଅନୁସାରେ, ୨୦୨୨ ମେ ମାସରେ ନିଜ ଝିଅ ରିତିକାର ହାତ ଭୋଲା ସିଂଙ୍କ ପୁଅ ବୁଲବୁଲ ସିଂଙ୍କ ହାତରେ ଦେଇଥିଲେ। ବିବାହ ଦିନଠାରୁ ହିଁ କାର ସହ ସବୁ ଜିନିଷ ପାଇଁ ଡିମାଣ୍ଡ କରିବା ଅାରମ୍ଭ କରିଥିଲେ ଶ୍ବଶୁର ଘର ଲୋକେ। ଅାହୁରି ପୁଣି ତାଙ୍କ ଝିଅର ଜୋରଜବରଦସ୍ତି ମୋବାଇଲ ନମ୍ବର ମଧ୍ୟ ବଦଳାଇ ଦେଇଥିଲେ ଶାଶୁଘର ଲୋକେ। ପୁଣି ହଠାତ ଦିନେ ରିତିକା ଶାଶୁଙ୍କର ଫୋନ କଲ ଅାସିଥିଲା। ସେ ଜଣାଇଥିଲେ ଯେ, ଝିଅର ସ୍ୱାସ୍ଥ୍ୟ ଭଲ ନାହିଁ, ଶୀଘ୍ର ଆସି ପହଂଚନ୍ତୁ। ଏହା ପରେ ଅାଉ ଝିଅକୁ ଦେଖିଵାକୁ ପାଇ ନଥିଲେ ସେମାନେ। ଜ୍ବାଇଁ ସହ ଶାଶୁ ଘର ଲୋକେ ମିଶି ଝିଅର ତଣ୍ଟି ଚିପି ହତ୍ୟା କରିଥିବା ମା ଅନୀତା ଦେବୀ ନିତ ଏତଲାରେ ଜଣାଇଥିଲେ।
ଏଠାରେ ମୃତକଙ୍କ ଗଳାରେ ଦାଗ ରହିଥିବାରୁ ପୋଲିସ ଏହାକୁ ହତ୍ୟାର ମାମଲା ବୋଲି ବିବେଚନା କରିଛି।