ଅଭାବ ଅନଟନ କାରଣରୁ ଦମ୍ପତିଙ୍କ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ

ଯାଜପୁର: ଯାଜପୁର ମଙ୍ଗଳପୁର ଥାନା ଅନ୍ତର୍ଗତ ବିରିପଟା ଗାଁରେ ଅଭାବନୀୟ ଘଟଣା । ଅଭାବ ଅନଟନ କାରଣରୁ ଦମ୍ପତି ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ । ପତ୍ନୀଙ୍କ ମୃତ୍ୟୁ ଘଟଥିବା  ସ୍ଥଳେ ସ୍ୱାମୀ ଅଳ୍ପକେ ବର୍ତି ଯାଇଛନ୍ତି । ବିରିପଟା ଗ୍ରାମର ଶ୍ରୀକାନ୍ତ ମିଶ୍ର  ଜଣେ ଦିନ ମଜୁରିଆ । କିନ୍ତୁ କରୋନା ପାଇଁ କାମଧନ୍ଦା ବନ୍ଦ ହୋଇ ଯାଇଥିବାରୁ  ଅଭାବ ଅନଟନ ଭିତରେ ଦିନ କାଟୁଥିଲେ । ଫଳରେ ଘରେ ଅଶାନ୍ତି ଲାଗି ରହିଥିଲା । ପ୍ରତିଦିନ ଶ୍ରୀକାନ୍ତ ଓ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ତେବେ ଗତକାଲି କୌଣସି କାରଣରୁ ସ୍ୱାମୀ ବିଷ ପିଇବାକୁ ଉଦ୍ୟମ କରିଥିଲେ ।  ଏହା ଦେଖି ପତ୍ନୀ ତାଙ୍କ ଠାରୁ ବିଷ ବୋତଲ ଛଡାଇ ନେଇ ନିଜେ ପିଇ ଦେଇଥିଲେ ।  ଉଭୟଙ୍କୁ ସ୍ଥାନୀୟ ଲୋକ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସନ୍ଧ୍ୟାରାଣୀଙ୍କ ମୃତ୍ୟୁ ହୋଇଛି । ତେବେ ଶ୍ରୀକାନ୍ତ ଅଳ୍ପକେ ମୃତ୍ୟୁମୁଖରୁ ବଂଚି ଯାଇଛନ୍ତି । ମଙ୍ଗଳପୁର ପୁଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

Leave a Reply