ସୀମା ଲଘିଂଲା ସ୍ୱାମୀ, ବନ୍ଧୁ ସହ ମିଶି କାଟିଲା ସ୍ତ୍ରୀର ଚୂଳ

1 min read

ବାଲେଶ୍ୱର: ପାଶବିକତାର ସୀମା ପାର କଲା ସ୍ବାମୀ । ବନ୍ଧୁ ସହ ମିଶି ସ୍ତ୍ରୀର ଚୂଳକୁ କାଟିଲା ସ୍ୱାମୀ । ନୀଳଗିରି ଥାନା ବାଇଗଡ଼ିଆ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଥାନାରେ ସ୍ତ୍ରୀର ଅଭିଯୋଗ ପରେ ଉଭୟ ସ୍ୱାମୀ, ସାଙ୍ଗକୁ ଡ଼ାକି ପୋଲିସର ପୋଚରାଉଚରା କରୁଛି । ଅଭିଯୋଗ ଅନୁଯାଇ ରାତିଅଧିଆ ରାସ୍ତାରୁ ସ୍ତ୍ରୀକୁ ଟେକି ନେଇ ପରେ ବନ୍ଧୁ ସହ ମିଶି ଅସଦାଚରଣ କରିବା ସହ ସମ୍ପୃକ୍ତା ମହିଳାଙ୍କ ଚୁଟି କାଟିବା ଭଳି ବର୍ବରତା ଘଟାଇଥିଲା ଦିଲୀପ ସିଂ । ବାଇଗଡ଼ିଆ ଗାଁର ଦିଲୀପ ଚଷାଖଣ୍ଡ ଗାଁର ଶାନ୍ତି ସିଂ ଙ୍କୁ ବିବାହ କରିଛନ୍ତି ।

ସେମାନଙ୍କ ୨ଟି ପୁତ୍ର ସନ୍ତାନ ମଧ୍ୟ ଅଛି । ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ରକରି ମତାନ୍ତର ହୋଇଥିଲା । ଏନେଇ କିଛିଦିନ ପୂର୍ବରୁ ନୋଟାରୀରେ ବିବାହ ବିଛେଦ ନିମନ୍ତେ ମଧ୍ୟ ଆବେଦନ କରାଯାଇଛି । ମହିଳା ଜଣକ ତାଙ୍କ ବାପଘରେ ରହୁଥିଲେ। କିନ୍ତୁ ଶନିବାର ରାତିରେ ସେ ଗାଁ ରାସ୍ତାରେ ଏକାକୀ ଯାଉଥିବାର ସୁଯୋଗ ନେଇ ତାଙ୍କ ସ୍ୱାମୀ ଦିଲୀପ ଓ ବନ୍ଧୁ ମୁନ୍ନା ସିଂ ଦୁହେଁ ମିଶି ମହିଳାଙ୍କୁ ଟେକି ନେଇ ରାତିରେ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଛି ।

ଏହାସହ ଚୁଟି କାଟିବା ଘଟଣାରେ ତାଙ୍କ ବନ୍ଧୁ ବ୍ଲେଡ ଓ କଇଁଚି ଯୋଗାଇଥିବା ନେଇ ମହିଳା ଜଣକ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପୂରା ଅଞ୍ଚଳରେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ସେପଟେ ସ୍ୱାମୀର ଏଭଳି ପାଶବିକ ଅତ୍ୟାଚାରକୁ ନିନ୍ଦା କରାଯାଇଛି ଏବଂ ଗିରଫ କରିବାକୁ ଦାବି ମଧ୍ୟ ହୋଇଛି  ।

Leave a Reply