ପତ୍ନୀଙ୍କ ମୃତ୍ୟୁ ପରେ ଫେସବୁକ ଲାଇଭ କରି ଟ୍ରେନକୁ ଡେଇଁପଡ଼ିଲେ ସ୍ୱାମୀ

ନାଗପୁର: ପତ୍ନୀଙ୍କଆତ୍ମହତ୍ୟାରେ ମ୍ରିୟମାଣ ହୋଇପଡ଼ି ଜୀବନ ହାରିଲେ ସ୍ୱାମୀ । ତେବେ ମୃତ୍ୟୁ ପୂର୍ବରୁ ନିଜର ଯନ୍ତ୍ରଣାକୁ ଫେସବୁକ ଲାଇଭରେ ବଖାଣିଛନ୍ତି ସ୍ୱାମୀ । ମହାରାଷ୍ଟ୍ରର ଜଲଗାଓଁରୁ ଏଭଳି ଏକ ଯନ୍ତ୍ରଣାଦାୟକ ଖବର ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତ୍ୟୁରେ ଭାଙ୍ଗି ପଡି ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ପ୍ରମୋଦ ସେଠ ବୋଲି ଜଣାପଡିଥିବାବେଳେ ଦୀପାବଳି ପୂର୍ବ ଦିନ ତାଙ୍କ ପତ୍ନୀ ବିଷ ପିଇ ଆତ୍ମହତ୍ୟା କରିଥିଲେ ।

ଉଭୟ ପ୍ରେମ ବିବାହ କରିଥିବାବେଳେ ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ତେବେ ମଙ୍ଗଳବାର ଦିନ ଆତ୍ମହତ୍ୟା କରିବା ପୂର୍ବରୁ ପ୍ରମୋଦ ଚଳନ୍ତା ଟ୍ରେନର ଦ୍ୱାରରେ ଠିଆ ହୋଇ ଏକ ଫେସବୁକ ଲାଇଭ ଭିଡିଓ କରିଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ କିଭଳି ସେ ଭାଙ୍ଗିପଡିଛନ୍ତି ସେ ବାବଦରେ ଏହି ଲାଇଭ ଭିଡିଓରେ କହିଥିଲେ । ମଙ୍ଗଳବାର ଅପରାହ୍ନରେ ପ୍ରମୋଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଟ୍ରେନରୁ ଡେଇଁପଡି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତଦେହକୁ ଜବତ କରିବା ପରେ ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ତାଙ୍କ ପତ୍ନୀ କଣ ପାଇଁ ଆତ୍ମହତ୍ୟା କରିଥିଲେ ସେ ବାବଦରେ କିଛି ଜଣାପଡିନାହିଁ ।

Leave a Reply