ଘରକୁ ବାହାର ଲୋକଙ୍କୁ ଡାକିବାକୁ ମନା କଲେ ସ୍ୱାମୀ,ସ୍ତ୍ରୀ ଭାଇମାନଙ୍କୁ କହି ରାସ୍ତାରେ କୁଟିଲେ !
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ପ୍ରଥା ଅନୁଯାୟୀ, ଜ୍ୱାଇଁ ଶ୍ବଶୂରଘରେ ସର୍ବଦା ସମ୍ମାନନୀୟ । ଶ୍ୱଶୁର ଘର ଲୋକେ ଜ୍ବାଇଁଙ୍କୁ ସର୍ବଦା ସମ୍ମାନ କରନ୍ତି । ହିନ୍ଦୁ ପ୍ରଥାରେ, ବିବାହ ସମୟରେ ଝିଅ ଏବଂ ଜ୍ୱାଇଁଙ୍କ ପାଦ ପୂଜା କରିବାର ପରମ୍ପରା ମଧ୍ୟ ରହିଛି । କିନ୍ତୁ ଇଣ୍ଟରନେଟରେ ଭାଇରାଲ୍ ହୋଇଥିବା ଏକ ଭିଡିଓ ଏହାର ସଂଜ୍ଞା ବଦଳାଇଦେଇଛି । ଜ୍ବାଇଁଙ୍କୁ ସମ୍ମାନ କରିବା ପରିବର୍ତ୍ତେ ଶଳାମାନଙ୍କ ଦ୍ବାରା ବିଧା ଗୋଇଠା ପ୍ରହାର ହେଉଛି । ଏହା ପୁଣି ଝିଅର ଇଙ୍ଗିତରେ । ଆଜ୍ଞା ହଁ ଝିଅର ଇଙ୍ଗିତରେ ଶ୍ୱଶୁର ଘର ଲୋକେ ନିଜ ଜ୍ୱାଇଁଙ୍କୁ ନିର୍ଦ୍ଧୁମ ପିଟିଛନ୍ତି । ଏହି ଅଭାବନୀୟ ଘଟଣାଟି ଉତ୍ତର ପ୍ରଦେଶର ବାଗପତର ସିଂହୱାଲି ଅହିର ଥାନାର ଦୌଲା ଗାଁରୁ ଆସିଛି । ସେଠାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ଏକ ଅତ୍ୟନ୍ତ ଲୋମହର୍ଷଣକାରୀ ଘଟଣା କଏଦ ହୋଇଛି । ଏହି ଘଟଣା ରାତି ପ୍ରାୟ ୧୧:୫୪ ସମୟରେ ଘଟିଥିଲା ଯେତେବେଳେ ‘ଜ୍ୱାଇଁ ‘ ଜଣକ ଏକ ଗଳି ଦେଇ କୁଆଡେ ଯାଉଥିଲେ। ହଠାତ୍ ସେହି ସମୟରେ ୩-୪ ଜଣ ଲୋକ ତାଙ୍କ ଉପରେ ଆକ୍ରମଣ କରି ତାଙ୍କୁ ମାଡ଼ ମାରି ରକ୍ତାକ୍ତ କରି ଦେଇଛନ୍ତି ।
ଜ୍ବାଇଁଙ୍କୁ ମାଡ ମରାଯାଉଥିବା ଭିଡିଓ ଭାଇରାଲ
୧୪ ଜୁନ୍ ୨୦୨୫ରେ ସିସିଟିଭିରେ କଏଦ ହୋଇଥିବା ଘଟଣାର ୨ ମିନିଟ୍ ୩୮ ସେକେଣ୍ଡ ଲମ୍ବା ଫୁଟେଜ୍ ଇଣ୍ଟରନେଟରେ ସେୟାର ଜୋରଦାର ସେୟାର ହେଉଛି। ଯେଉଁଥିରେ ୩ ଜଣ ଲୋକ ଜଣେ ପୁରୁଷଙ୍କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି । ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କୁ ମାଡ଼ ଦିଆଯାଉଛି ସେ ହେଉଛନ୍ତି ସେହି ଲୋକଙ୍କର ଭିଣୋଇ । କୁହାଯାଉଛି ଯେ ଯେତେବେଳେ ସ୍ୱାମୀ ସ୍ତ୍ରୀର ଅଜଣା ବନ୍ଧୁଙ୍କୁ ଘରେ ପ୍ରବେଶ କରିବାକୁ ବାରଣ କରିଥିଲେ, ସେତେବେଳେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଭାଇମାନଙ୍କ ଦ୍ବାରା ଆକ୍ରମଣ କରିବାର ଷଡଯନ୍ତ୍ର ରଚିଥିଲା । ଅଜଣା ବନ୍ଧୁଙ୍କ ସହ ସ୍ତ୍ରୀ’ଙ୍କ ମିଳାମିଶାକୁ ସ୍ବାମୀ ବାରଣ କରିବା ପରେ ସ୍ତ୍ରୀ ଭାଇମାନଙ୍କୁ ଡାକି ସ୍ବାମୀଙ୍କୁ ନିଷ୍ଠୁର ମାଡ ମାରିଥିଲେ । ଏହି ଘଟଣା ପରେ ପୁରୁଷ ଜଣକ ଗମ୍ଭୀର ରୂପେ ଆହତ ହୋଇଛନ୍ତି । ୨ ମିନିଟ୍ ୩୮ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି କି ୪୫ ସେକେଣ୍ଡରେ ଶଳା ମାନେ ଭିଣୋଇଙ୍କୁ ୧ ମିନିଟ୍ ୫୭ ସେକେଣ୍ଡ ପର୍ଯ୍ୟନ୍ତ ନିର୍ଦ୍ଧୁମ ଛେଚିଛନ୍ତି । ପରେ ନିଜ ସହିତ ନେଇଯାଇଛନ୍ତି ।
यूपी के बागपत में दामाद के लिए ससुराल वालों की हैवानियत का खौफनाक चेहरा देखिए
बिजली विभाग के कर्मचारी रोहित ने जब अपनी पत्नी के 'अजनबी दोस्त' को घर में घुसने से रोका तो उसके अपने उसकी पत्नी ने अपने भाइयों को बुलाकर उसकी बेरहमी से पिटाई कराई। वो भी इतनी बुरी तरह से कि युवक चेहरा… pic.twitter.com/Wgzn2pmvyF
— Madan Mohan Soni (@madanjournalist) June 16, 2025
ସୋସିଆଲ ମିଡିଆରେ କଡା ପ୍ରତିକ୍ରିୟା
ଏହି ଭିଡିଓକୁ ଅନେକ X ହ୍ୟାଣ୍ଡେଲ ସେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଥର ଦେଖାଯାଇଛି । ଏପରି ପରିସ୍ଥିତିରେ ଲୋକମାନେ ଏଥିରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଅଭିଯୋଗ ପରେ ବାଗପତ ପୋଲିସ @baghpatpolice X ରେ ଏହି ଭିଡିଓର ଉତ୍ତର ଦେଇଛନ୍ତି ଏବଂ ଲେଖିଛନ୍ତି- ଏହି ସମ୍ପର୍କରେ ସିଂହାବଳୀ ଆହିର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କିଛି ଲୋକ ପୁରୁଷଙ୍କୁ ଏପରି ସ୍ତ୍ରୀକୁ ଛାଡିବାକୁ ପରାମର୍ଶ ଦେଉଛନ୍ତି ତ ଅନ୍ୟ କିଏ ମାମଲାରେ କଠୋର ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।