ପାରିବାରିକ କଳହରୁ ହତ୍ୟା ଅଭିଯୋଗ, ସ୍ତ୍ରୀକୁ ପଥରରେ ଛେଚି ମାରିଲା ସ୍ୱାମୀ
1 min read
ଗଞ୍ଜାମ: ଗଞ୍ଜାମ ପୁରୁଷୋତ୍ତମପୁର ଥାନା ବେଢ଼ଛେଲୁ ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଜଣେ ସ୍ୱାମୀ ତା’ର ସ୍ତ୍ରୀକୁ ପଥରରେ ଛେଚି ମାରିଥିବା ନେଇ ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ, ସମ୍ପୃକ୍ତ ଗ୍ରାମରେ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଛି ସ୍ୱାମୀ । ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛି ସ୍ୱାମୀ। ମୃତ ସ୍ୱାମୀ ଓ ସ୍ତ୍ରୀ ହେଲେ ପ୍ରଶାନ୍ତ ମୁଦୁଲି ଓ ଝିଲି ମୁଦୁଲି । ପୂର୍ବରୁ ଅନେକ ଥର ଘରୋଇ କଳିକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଉଭୟ ସ୍ୱାମୀ-ସ୍ତ୍ରୀ ।
ତେବେ ଏହି ଘଟଣାରେ ପୁରୁଷୋତ୍ତମପୁର ପୋଲିସ ତଦନ୍ତ ଆରମ୍ଭ କରିବା ସହ ଛାନଭିନ୍ ଚଳାଇଥିବା ଜଣାପଡିଛି।