ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ
1 min readକେନ୍ଦୁଝର: ସମ୍ପର୍କରେ ପଡ଼ିଲା ରକ୍ତର ଛିଟା । ମଦ୍ୟପ ସ୍ୱାମୀର ଉନ୍ମତ କାଣ୍ଡ । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ । ଘଟଣା ଘଟିଛି କେନ୍ଦୁଝର ସାନ୍ତରାପୁରରେ। ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ବାବୁଲି ପ୍ରଧାନ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ସ୍ତ୍ରୀ ସହ ଝଗଡ଼ା କରିଥିଲା । ଶେଷରେ ଝଗଡ଼ା ଉଗ୍ର ରୂପ ନେବାରୁ ସ୍ତ୍ରୀକୁ ଅତି ନୃଶଂସ ଭାବେ ପିଟିପିଟି ହତ୍ୟା କରିବାକୁ ପଛାଇନଥିଲା ବାବୁଲି । ହତ୍ୟା ପର ମୃତଦେହକୁ କନ୍ଥାରେ ଗୁଡ଼େଇ ଘରେ ରଖିଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବାବୁଲିକୁ ଗିରଫ କରିଛି ।
ଜମି ବିବାଦକୁ ନେଇ ଦାଦା-ଖୁଡ଼ୀଙ୍କୁ ହତ୍ୟା କଲା ପୁତୁରା, ହାଣି କୂଅରେ ଫିଙ୍ଗିଦେଲା
ସୂଚନା ଅନୁଯାୟୀ, ବାବୁଲା ପ୍ରତ୍ୟେକ ଦିନ ଘରକୁ ମଦ ପିଇ ଆସେ । ନିଶାସକ୍ତ ଅବସ୍ଥାରେ ପ୍ରତ୍ୟକ ଦିନ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ । ତେବେ କାଲି ମଧ୍ୟ ପୂର୍ବ ଭଳି ବାବୁଲା ମଦ ପିଇ ସ୍ତ୍ରୀ ସହ ଝଗଡ଼ା କରିଥିଲା । ଝଗଡ଼ା ବଢ଼ିବା ପରେ ଉତ୍ୟକ୍ତ ହୋଇ ବାବୁଲା ସ୍ତ୍ରୀକୁ ତଡ଼ାରେ ପଟିବାକୁ ଲାଗିଥିଲା । ପିଟିପିଟି ମାରିଦେଇଥିଲା ସ୍ୱାମୀ । ଖାଲି ସେତିକିରେ ଥମିନଥିଲା ରାଗ । ମାରିବା ପରେ ସ୍ତ୍ରୀକୁ କନାରେ ଗୁଡ଼ାଇ କାନ୍ଥ ଭିତରେ ରଖି ଦେଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାବୁଲାକୁ ଗିରଫ କରିଥିଲା । ମୃତ ଦେହକୁ ଉଦ୍ଧାର କରିବା ପରେ ପ୍ରାଥମିତ ତଦନ୍ତ ଚଳାଇଛି ପୋଲିସ୍ ।