ବିଳମ୍ବରେ କବାଟ ଖୋଲିବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ, ଶେଷରେ ବାପାକୁ ପୁଅମାନେ…

ଲକ୍ଷ୍ନୌ: କୁହାଯାଏ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଏକ ପବିତ୍ର ସମ୍ପର୍କ । ଦଶଦୋଷ କ୍ଷମା କରିବା ପାଇଁ ହୋମ ବେଦିରେ ସାକ୍ଷୀ ରଖି ସ୍ତ୍ରୀ ମଥାରେ ସିନ୍ଦୁର ଭରିଥାଏ ସ୍ବାମୀ । କିନ୍ତୁ ସାଧାରଣ କବାଟ ଖୋଲିବାରେ ବିଳମ୍ବ ହେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଅଲାୟା ଆପାର୍ଟମେଣ୍ଟରେ ରହୁଥିବା ଆଦିତ୍ୟ କପୁର ତାଙ୍କ ପତ୍ନୀ ଶିବାନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏବେ ଆଦିତ୍ୟ ମଧ୍ୟ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଶନିବାର ରାତିରେ ଘଟିଛି ଏହି ଘଟଣା । ଆଦିତ୍ୟଙ୍କ ଏକ ଲୁଗା ଦୋକାନ ଥିବାବେଳେ ଲକଡାଉନ ସମୟରେ ତାଙ୍କର ବ୍ୟବସାୟରେ କ୍ଷତି ହୋଇଥିଲା । ଏହାପରେ ସେ ଏକ ଲୁଗା ଦୋକାନରେ କାମ କରୁଥିବାବେଳେ ସବୁବେଳେ ଚିନ୍ତାରେ ରହୁଥିଲେ । ପ୍ରତିଦିନ ପରିବାର ଝଗଡ଼ା ମଧ୍ୟ ଲାଗି ରହୁଥିଲା । ଆଦିତ୍ୟ ସବୁବେଳେ ମଦ ପିଇ ଘରକୁ ଫେରୁଥିବାବେଳେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିଲା । ଶନିବାର ଆଦିତ୍ୟ ବିଳମ୍ବରେ ଘରକୁ ଫେରିଥିବାବେଳେ କବାଟ ଖୋଲିବାରେ ବିଳମ୍ବ କରିଥିଲେ ଶିବାନୀ । ଏହାପରେ ଯେତେବେଳେ ସେ ଘରକୁ ପଶିଥିଲେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଝଗଡ଼ା ଏତେ ଉଗ୍ର ରୂପ ନେଇଥିଲା କି, ଆଦିତ୍ୟ ରୋଷେଇ ଘରେ ଥିବା ଛୁରୀକୁ ଆାଣି ଶିବାନୀଙ୍କୁ ଆକ୍ରମଣ କରିଥିଲେ । ସେପଟେ ତାଙ୍କ ପୁଅ ଏହି ଘଟଣା ଦେଖିବା ପରେ ପ୍ରତିବାଦ କରିଥିଲେ । ବାପାଙ୍କୁ ନେଇ ଗୋଟିଏ ଘରେ ବନ୍ଦ କରିଥିଲେ । ପରେ ଆଦିତ୍ୟ ତିନି ମହଲାରୁ ତଳକୁ ଖସି ପଡ଼ିଥିଲେ । ପିଲାମାନେ ପୋଲିସକୁ ଖବର ଦେଇଥିବାବେଳେ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଶିବାନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଆଦିତ୍ୟ ଏବେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଦୁଇ ପୁଅଙ୍କ ଦୁଃଖ ଏବେ କହିଲେ ନସରେ । ସେମାନେ ଅଯଥାରେ ଦୁଃଖ ପାଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ରୋଜଗାର କରୁଥିବା ବାପା ମେଡିକାଲରେ ମରଣ ସହ ସଂଘର୍ଷ କରୁଥିବା ବେଳେ ମାଆ ଏବେ ଆରପାରିରେ ।