ସ୍ତ୍ରୀ’କୁ ରାସ୍ତା କଡ଼ରେ ଛାଡି ଚାଲିଗଲା

1 min read

ଅଗ୍ନିକୁ ସାଖି ରଖି ସାତ ଜନ୍ମ ପାଇଁ ଏକାଠି ରହିବାର ଅଙ୍ଗିକାର ଥିଲା । ଦୁଃଖ ସୁଖରେ ସହଭାଗୀ ହେବାର ପ୍ରତିଶ୍ରୁତି ଦେଇଥିଲେ । ଗୋଟିଏ ଜନ୍ମ ବି ଯାଇନି ଅଧା ବାଟ ରେ ଛାଡିଦେଲେ । ପୁଣି ମୁମୂର୍ଷୁ ଅବସ୍ଥାରେ । ଯେଉଁ ପରିସ୍ଥିତିରେ ଅଜଣା ଲୋକଟିଏ ବି ମାନବିକତା ଦେଖାଇବ । ପାଖରେ ଠିଆ ହୋଇ ଆହାଃ ପଦ କହିବ । ଆବଶ୍ୟକ ହେଲେ ମେଡିକାଲକୁ ମଧ୍ୟ ନେଇ ଯିବ । ମାତ୍ର ଜନ୍ମ ଜନ୍ମାନ୍ତରର ସାଥି ହାତ ଛାଡ଼ି କୁଆଡେ ପଳାଇଗଲା ।

ଜଳେଶ୍ୱର ନାମ୍ପ ଅଞ୍ଚଳରେ ମୁମୂର୍ଷୁ ପତ୍ନୀକୁ ରାସ୍ତାକଡ଼ ରେ ଏକୁଟିଆ ମରିବାକୁ ଛାଡ଼ିଦେଇ ପଳାଇଲା ସ୍ୱାମୀ । ରାସ୍ତାକଡ଼ରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ପତ୍ନୀର କରୁଣ ଚିତ୍କାର ପ୍ରତି କାନଚୁଣ୍ଟା ଦେଇ ଚାଲିଗଲା । ଆଉ ଫେରିଲାନି । ଗ୍ରାମବାସୀ ମୁମୂର୍ଷୁ ମହିଳାଙ୍କୁ ଉଦ୍ଧାର କରି ପୋଲିସ୍ ଜିମା ଦେବା ପରେ ପୋଲିସ ତାଙ୍କୁ ମେଡିକାଲ ନେବାର ବ୍ୟବସ୍ଥା କଲା  ।ପତ୍ନୀକୁ ରାସ୍ତାକଡ଼ରେ ଛାଡି ଚାଲିଯାଇଥିବା ନିର୍ଦ୍ଦୟ ନିଷ୍ଠୁର ସ୍ୱାମୀର ଘର ନୟାଗଡ଼ ଜିଲ୍ଲା ରଣପୁରରେ ବୋଲି ଜଣାପଡିଛି । ')}

Leave a Reply