ଶିବରାତ୍ରୀରେ ତନ୍ତ୍ର ସାଧାନା ପାଇଁ ସ୍ତ୍ରୀକୁ ବଳି, ହତ୍ୟା ପରେ ଜଙ୍ଗଲରେ ପୂଜା

ଢେଙ୍କାନାଳ: ଶିବରାତ୍ରିରେ ତନ୍ତ୍ର ପାଇଁ ବଳି ପଡ଼ିଲା ସ୍ତ୍ରୀ । ପିଶାଚ ସ୍ୱାମୀର ନାରକୀୟ କାଣ୍ଡ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀକୁ ହତ୍ୟା ପରେ ଉଲଗ୍ନ କରି ଜଙ୍ଗଲ ମଧ୍ୟରେ ଥିବା ପୀଠରେ ପୂଜା କଲା ପିଶାଚ ସ୍ୱାମୀ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ତନ୍ତ୍ର ସାଧନା ପାଇଁ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ଆମ୍ବପଳାସ ଗାଁର ମମତା ଖଟୁଆ । ମମତାଙ୍କ ଦେହରେ ଅନେକ କ୍ଷତ ଚିହ୍ନ ରହିଛି । ପୂର୍ବରୁ ମହିଳା ଜଣଙ୍କ ନିଜ ସ୍ୱାମୀ ଓ ତିନି ପିଲାଙ୍କୁ ଛାଡ଼ି ଅଷ୍ଟମ ଖଟୁଆ ସହିତ ପଳାଇ ଯାଇଥିଲେ । ପାରିବାରିକ ଜୀବନରେ ପ୍ରତିଦିନ କଳହ ହେଉଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ପିଶାଚ ସ୍ୱାମୀ ଅଷ୍ଟମ ଖଟୁଆକୁ ପରଜଙ୍ଗ ପୋଲିସ ଅଟକ ରଖିଛି ।