ସନ୍ଦେହରୁ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ

ଖୋର୍ଦ୍ଧା: ଖୋର୍ଦ୍ଧା ଥାନା ଗୁରୁଜଙ୍ଗରେ ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ । ସ୍ତ୍ରୀ ଉପରେ ସ୍ୱାମୀ କାର୍ତ୍ତିକ ପ୍ରଧାନ ଦୀର୍ଘ ଦିନ ଉପରେ ସନ୍ଦେହ କରୁଥିଲା । ଏବେ ତଣ୍ଟି କାଟି ମାରି ଦେଇଥିବା ନେଇ ମୃତକ ଇନ୍ଦିରା ପ୍ରିୟଦର୍ଶିନୀଙ୍କ ମାମୁଁ ଅଭିଯୋଗ କରିଛନ୍ତି ।
ହତ୍ୟାକାଣ୍ଡ ପରେ ସ୍ୱାମୀ କାର୍ତ୍ତିକ ପ୍ରଧାନ ଫେରାର୍ ହୋଇଯାଇଛି । ଖୋର୍ଦ୍ଧା ଥାନା ପୋଲିସ ମୃତ ଇନ୍ଦିରାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ସ୍ୱାମୀ, ସ୍ତ୍ରୀ ଗୁରୁଜଙ୍ଗରେ ଭଡ଼ା ଘରେ ରହୁଥିବା ବେଳେ ଦୀର୍ଘଦିନ ହେଲା ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।